Breaking News

ବାଣ ଦୋକାନରୁ ଦାଦା ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ, ୨ଆହତ



ଡମପଡ଼ା- ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟସ୍ଥ ବାଣଗୋଦାମରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟରେ ବାଣଦୋକାନୀର ସଂପର୍କୀୟ ଗଣେଶ ରାଉତ ଓ ସରୋଜା ସାହୁ ଅଭିଯୁକ୍ତ ବଣ୍ଟିପାତ୍ର ଘର ବାଆଁରା ଗ୍ରାମକୁ ପଚାରିବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହଠାତ୍ ବଣ୍ଟିପାତ୍ର ରାଗି ଯାଇ ବନ୍ଧୁକ ଦ୍ୱାରା ଗୁଳିଚାଳନା କରିଥିଲେ । ଫଳରେ ସରୋଜ ସାହୁ ଓ ଗଣେଶ ରାଉତ ଗୁଳି ମାଡରେ ଆହତ ହୋଇଥିଲେ । ସଂଗେ ସଂଗେ ଉଭୟଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଅଣାଯାଇଥିଲା ।  ସରୋଜ ସାହୁର ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ମାଧ୍ୟମରେ କଟକ ପଠାଇ ଦିଆଯାଇଛି । ଏ ସଂପର୍କରେ ବାଆଁରା ଗ୍ରାମର ଗଣେଶ ରାଉତ ବାଙ୍କୀ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଏକ ମୋକଦ୍ଦମା ପି.ଏସ୍ .କେସ୍ ନଂ-୩୪୦/୨୨ ଦଫା ୩୦୭, ୩୨୪, ୫୦୬/ ଆଇପିସି ଏବଂ ୩୪, ୨୫, ୨୭ ଆର୍ମ ଆକ୍ଟରେ ରୁଜୁ କରାଯାଇଛି । ଅଭିଯୁକ୍ତ ସୁବାସ ପାତ୍ର ଓ ସୁମନ୍ତପାତ୍ରଙ୍କୁ ଆଜି ଗିରଫ୍ କରାଯାଇ  କୋର୍ଟକୁ ଚାଲାଣ କରାଯାଇଛି । ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ରଶେଖର ତ୍ରିପାଠୀ ଏହି ଘଟଣାର ତଦନ୍ତ ଚଳାଇଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୨୬/୧୦/୨୦୨୨----୯,୪୫ Sakhigopal News,26/10/2022

Blog Archive

Popular Posts