ସତ୍ୟବାଦୀ ବ୍ଳକ ରେ ନୂତନ ବିଡ଼ିଓଙ୍କ ଯୋଗଦାନ
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଲକ ରେ ସୋମବାର ଅପରାହ୍ନ ରେ କଣାସ ବିଡ଼ିଓ ଲୋଚନ ଦାଶ ସତ୍ୟବାଦୀ ବ୍ଲକ ରେ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି। ପ୍ରଥମେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟ ରେ ଦେଖାହେବା ସହ ଅଧ୍ୟକ୍ଷ ଶ୍ରୀ ପଣ୍ଡା ତାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। ପରେ ପରେ ଦାୟିତ୍ୱରେ ଥିବା ତହସିଲଦାର ଜୟନ୍ତ କୁମାର ଜୟସିଂ ନୃତ୍ୟ ବିଡ଼ିଓ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ବିଶ୍ବମୋହନ ପଟ୍ଟନାୟକ ,ଜେଇଓ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ। ସେହିପରି ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ନୃତ୍ୟ ବିଚିଓଙ୍କୁ ସ୍ବାଗତ କରିଥିଲେ । ନୂତନ ବିଡ଼ିଓ ଉପସ୍ଥିତ ଥିବା ପଞ୍ଚାୟତ ଅଧିକାରୀ ମାନଙ୍କୁ ଆବସ ଯୋଜନାରେ ପାତର ଅନ୍ତର ନ କରିବା ପାଇଁ ନିବେଦନ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୨-------୯,୫୫ Sakhigopal News,17/10/2022