Breaking News

ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁଦାସିଆ ଅଜାଙ୍କ ପାଠାଗାରକୁ ପୁସ୍ତକ ପ୍ରଦାନ


ଭଞ୍ଜନଗର : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ୩୦୦୦ରୁ ଉର୍ଦ୍ଧ୍ୱ ଉପାଦେୟ ପୁସ୍ତକ, ପତ୍ରପତ୍ରିକା ସମେତ ଦୁଇ ଗୋଟି ଆଲମିରା, ଚେୟାର ପ୍ରଦାନ କରାଯାଇଛି । ଓଡ଼ିଶା ପାଠାଗାର ତଥା ସଂଗ୍ରାହଳୟ ଆନ୍ଦୋଳନର ଜନକ ଦାସରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ନୟାଗଡ଼ ଦଶପଲ୍ଲାର ଉଦୟପୁର ଠାରେ ପ୍ରତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର ସଂଗ୍ରାହଳୟ ଗବେଷଣା କେନ୍ଦ୍ରକୁ ପ୍ରଦାନ କରାଯାଇଛି । ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ଭଞ୍ଜନଗର ଠାରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତା ସମସ୍ତ ପୁସ୍ତକ, ପତ୍ରପତ୍ରିକା, ଆଲମିରା ଏବଂ ଚେୟାର ପ୍ରଦାନ କରିଛନ୍ତି । ଲୋହରାଖଣ୍ଡି ସାହିତ୍ୟ ସଂସଦର ଏହି ପୁସ୍ତକ ଦାନ ବଦାନ୍ୟତାକୁ ଭଞ୍ଜନଗର ଅଂଚଳର ବୁଦ୍ଧିଜୀବୀ ତଥା ସାହିତ୍ୟିକ ମାନେ ସ୍ୱାଗତ ଜଣାଇଛନ୍ତି । ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟକୁ ଯେଉଁ ବ୍ୟକ୍ତି ବିଶେଷମାନେ ପୁସ୍ତକ ତାଳପତ୍ର ପୋଥି ଏବଂ ପୁରୁଣା ସାମଗ୍ରୀମାନ ପ୍ରଦାନ କରିବାପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଦାସିଆ ଅଜାଙ୍କ ପାଠାଗାରକୁ ଯୋଗଯୋଗ ପାଇଁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ମୋ: ୮୮୯୫୬୩୦୦୫୨ ନିବେଦନ କରିଛନ୍ତି । ଏହି ପୁସ୍ତକ ପ୍ରଦାନ ସମୟରେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ବିଶ୍ୱଜନନୀ କଳା ପରିଷଦର ସମ୍ପାଦକ ଜଗଦିଶ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୨---୭,୦୦ Sakhigopal News,19/10/2022

Blog Archive

Popular Posts