Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

 
 ସାକ୍ଷୀଗୋପାଳ----  ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଶିଶୁ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ଅଭିଯାନ ପୁରୀ ସମସ୍ତ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ମଣ୍ଡଳ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ, ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରନ୍ତାକର ଜେନା, ଏବିଓ ମୂଷା ମଲିକ ଓ ସିଆରସିସି ପ୍ରଭାସ ଚନ୍ଦ୍ର କରଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଏହି କାର୍ଯ୍ୟକ୍ରମ ରେ ବ୍ଳକର ୧୪ଟି କ୍ଳଷ୍ଟରର ୩୫୦ଜଣ ଛାତ୍ରଛାତ୍ରୀ ମାନଙ୍କ ସହିତ ଗାଇଡି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ। ଏହି ଅବସରରେ ଦିବ୍ଯାଙ୍ଗ, ଜୁନିଅର ଓ ସିନିୟର୍ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା,ନାଚ, ଗୀତ , ସାଧାରଣ ଜ୍ଞାନ,ସୁଜନଶୀଳ ଲିଖନ ସହିତ କ୍ଳଷ୍ଟର ସ୍ତରୀୟ ଗୋଟିଏ ଗୋଟିଏ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଗ୍ରୂଫ ନାଚ କରିଥିଲେ । ବିଶେଷ କରି ନାରୀ ସଶକ୍ତିକରଣ,ଏକତା, ସ୍ବଚ୍ଛ ଭାରତ ଆଦି  ଉପରେ ନାଚ କରିଥିଲେ। ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଭାଗ ନେବେ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀଣି କହିଥିଲେ। ଗ୍ରୁପ ଡ୍ଯାନ୍ସ ରେ ଜୟଦୁର୍ଗା ନୋଡାଲ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବିବରଣୀ ଉତ୍ସବରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗଦେଇ ଥିବା ବେଳେ ମଣ୍ଡଳ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ ସଭାପତିତ୍ବ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ, ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରନ୍ତାକର ଜେନା, ଏବିଓ ମୂଷା ମଲିକ ଓ ସିଆରସିସି ପ୍ରଭାସ ଚନ୍ଦ୍ର କରଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସିଆରସିସି ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୦/୨୦୨୨--୯,୧୦ Sakhigopal News,26/10/2022

Blog Archive

Popular Posts