ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାଶ , ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ନାରାୟଣ ରାଉତରାୟ,ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ,ଏବିଡିଓ ଅରକ୍ଷିତ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭାସୁଂ ମହାରଣା ପ୍ରମୁଖଙ୍କ ଉପସ୍ଥିତିରେ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୨୪ ଗୋଟି ଗ୍ରାମ ପଞ୍ଚାୟତ ରୁ ପ୍ରାୟ ୬ଶହ ଲୋକମାନେ ଯୋଗ ଦେଇ ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତର ମାନଙ୍କୁ ଦେଖାଇ ନିଜ ନିଜର ପ୍ରମାଣପତ୍ର ହାସଲ କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ, ଶ୍ରବଣ, ମାନସିକ ଅନଗ୍ରସର, ଦୃଷ୍ଟି ବାଧକ ସହିତ ଦିବ୍ଯଙ୍ଗ ମାନଙ୍କ ପାଇଁ କରୋନା ଟୀକାକରଣ,ବସପାସ, ସହିତ ଅନଲାଇନ ରେ ଇନିକମ ସାର୍ଟିଫିକେଟ ସହିତ ଅନଲାଇନ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଡିଆରଆଇ ମାଧ୍ୟମରେ ଋଣ ପ୍ରଦାନ ପାଇଁ ଷ୍ଟଲ କରାଯାଇଥିଲା । ବିଶେଷ କରି ନୂତନ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣ ପତ୍ର ଦିଆଯିବା ସହ ଅନଲାଇନ ମାଧ୍ୟମ ରେ ପ୍ରମାଣପତ୍ର କାର୍ଡ ଯୋଗାଇ ଦେବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବ୍ଲକର ସହକାରୀ ଯନ୍ତ୍ରୀ ବିଶ୍ବମୋହନ ପଟ୍ଟନାୟକ, ସାମାଜିକ ସୁରକ୍ଷା ଅଧିକାରୀ ବିଭାଗର ଜୁନିଅର ଆସିଷ୍ଟାଣ୍ଡ ଶ୍ରୀଲକ୍ଷ୍ମୀ ବେହେରା ବ୍ଲକର ବିଏସଏସଓ ମୋନିକା ଦାଶ ଓ ପିଏ ରାଜଶ୍ରୀ ମହାନ୍ତିଙ୍କ ସହିତ ବ୍ଳକ ର ବିଭିନ୍ନ ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଶିବିର ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୦/୨୦୨୨---୧୦,୨୦ Sakhigopal News,28/10/2022
ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ
Reviewed by sakhigopal news
on
10:08
Rating: 5