ସାକ୍ଷୀଗୋପାଳ କଲେଜରେ "ନିଶା ମୁକ୍ତ ଭାରତ ଅଭିଯାନର ଦିନିକିଆ କର୍ମଶାଳା
ସାକ୍ଷୀଗୋପାଳ----- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସମ୍ମିଳନୀକକ୍ଷରେ ଆଜି ନିଶାମୁକ୍ତ ଭାରତ ଅଭିଯାନର ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲାର ଡେ଼ଲାଙ୍ଗ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "AVA" ଓ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ତଥା ଯୁବ ରେଡକ୍ରସର ସ୍ବେଛାସେବୀ ମାନଙ୍କର ସହଯୋଗରେ ଏହି ତାଲିମ ଶିବିରଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଯୁବ ପିଢ଼ିଙ୍କୁ ନିଶା କବଳରୁ ମୁକ୍ତ ହେବାପାଇଁ ପରାମର୍ଶ ଦେବା ସହିତ ନିଶା ମୁକ୍ତ ସମାଜ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । "ଆଭା " ର ସଭାପତି ଶ୍ରୀ ସୁଧୀର ଚନ୍ଦ୍ର ଦାସ ଛାତ୍ରଛାତ୍ରୀ ମାନଙ୍କୁ ନିଶାମୁକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏକ PPT କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଜାତୀୟ ସେବା ସଂସ୍ଥାର ଅଧିକାରୀ ପ୍ର. ରତ୍ନାକର ସାହୁ କାର୍ଯ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କର୍ମଶାଳାଟିକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଂସ୍କୃତ ବିଭାଗର ଅଧ୍ୟାପିକା ପ୍ର. ସସ୍ମିତା ପ୍ରଧାନ ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ଜାତୀୟ ସେବା ସଂସ୍ଥା ଓ ଯୁବ ରେଡକ୍ରସ ର ଅଧିକାରୀ ପ୍ର. ଶଙ୍କର୍ଷଣ ପ୍ରଧାନ, ପ୍ର. ମନୋଜ ପରିଡ଼ା, ପ୍ର. ନଳିନୀ ଲୋଚନ ଦାଶ, ଆଭା ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ରଥ, ଏବଂ ଶ୍ରୀଯୁକ୍ତ ବିଜୟ କିଶୋର ନାୟକ ଆଦି କର୍ମକର୍ତ୍ତା ମାନେ ତାଲିମି ଶିବିରଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପରିଶେଷରେ ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ ତାଲିମ ଶିବିରର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୦/୨୦୨୨---୮,୪୦ Sakhigopal News,31/10/2022