ଖଟିଆରେ ବୁହାହେଲେ ୨କିଲୋମିଟର ;ଡାକ୍ତରଖାନାରେ ପହଁଞ୍ଚିଲା ବେଳକୁ ରୋଗିଙ୍କର ମୃତ୍ୟୁ
ନୟାଗଡ଼, : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ କୋଶଳାଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦେହ ଖରାପ ହେବାରୁ ଗ୍ରାମବାସୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଯଦିଓ ଆମ୍ବୁଲାନ୍ସ ଟି ଠିକ ସମୟରେ ଆସିଥିଲା କିନ୍ତୁ ରାସ୍ତା ଖରାପ ଯୋଗୁ ଗ୍ରାମ ଭିତରକୁ ଯାଇପାରି ନ ଥିଲା । ରୋଗୀର ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗ୍ରାମବାସୀ ମାନେ ରୋଗୀଙ୍କୁ ଖଟିଆରେ ଆମ୍ବୁଲାନ୍ସ ନିକଟ କୁ ଆଣିବା ପାଇଁ ପ୍ରାୟ ୨ କିଲୋମିଟର ବୋହିଥିଲେ। ଏହା ପରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସୂଚନା ମୁତାବକ , ନୂଆଗାଁ ବ୍ଳକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ଆଦିବାସୀ ଗ୍ରାମଗୁଡିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଦେଖିଲେ ଗ୍ରାମାଞ୍ଚଳର ବିକାଶ ସ୍ପଷ୍ଟ ବାରି ହୋଇପଡୁଛି। ଗତକାଲି ସକାଳେ ସ୍ଥାନୀୟ କୋଶଳାଙ୍ଗ ଗ୍ରାମର ଫକୀର ପ୍ରଧାନ ଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା। ଫକୀର ଙ୍କୁ ମେଡିକାଲ ନେବା ପାଇଁ ଗାଁ ଲୋକେ ସକାଳ ସାଢେ ୭ ଟା ରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଟି ମଧ୍ୟ ଠିକ ସମୟରେ ଆସିଥିଲେ ମଧ୍ୟ ଖରାପ ରାସ୍ତା କାରଣରୁ ଜିଗିନୀପଡା ଗୋଡିସାହି ଗ୍ରାମ ନିକଟରୁ ଆଉ ଆଗକୁ ବଢ଼ି ପାରି ନଥିଲା। ଆମ୍ବୁଲାନ୍ସ ଆସି ନ ପାରିବା ଶୁଣି ଗ୍ରାମବାସୀ ମାନେ ଏକ ଖଟିଆ ଯୋଗେ ଫକୀର ଙ୍କୁ ଆମ୍ବୁଲାନ୍ସ ନିକଟକୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ଆଣିଥିଲେ। ଫକୀର ଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ସିଧା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ଫକୀର ଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଗ୍ରାମକୁ ରାସ୍ତା ନ ଥିବା ହେତୁ କେତେବେଳେ ଯେ କିଛି ଅଘଟଣ ଘଟିବ ତାକୁ ନେଇ ସମସ୍ତ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି। ଫକୀର ଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ ଫଳପ୍ରଦ ହୋଇପାରିଲନାହିଁ ।ତେବେ ଏଭଳି ଘଟଣା କୁ ବୁଦ୍ଧିଜୀବୀ ମହଲରେ ତୀଵ୍ର ନିନ୍ଦା କରାଯାଇଛି। ସୂଚନା ଥାଉକି ପୂର୍ବରୁ ଏଭଳି ଆଉ ଏକ ଘଟଣା କାସ୍ତାପଲି ପଂଚାୟତ ରେ ଦେଖିଵା କୁ ମିଳିଥିଲା। ତେବେ ନୂଆଗାଁ ରେ ସ୍ୱାସ୍ଥ୍ୟ ସେବାରେ ଏଭଳି ଚିତ୍ର ବାରମ୍ବାର ସାମ୍ନା କୁ ଆସୁଥିବା ସତ୍ୱେ ଏଥିରେ କେବେ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା। ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ନଜର ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୧୦/୨୦୨୨---୯,୫୫ Sakhigopal News,26/10/2022