Breaking News

ସାମ୍ୱାଦିକଙ୍କୁ ହତ୍ୟା ଧମକ




 ବଲାଙ୍ଗିର---- ରାଜ୍ୟରେ ଦିନକୁ ଦିନ ସାମ୍ୱାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଏପରିକି ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ନିୟମ ନାହିଁ । ଅପରାଧୀ ମାନେ ସାମ୍ୱାଦିକଙ୍କୁ ମାଡମାରି କିମ୍ଵା ହତ୍ୟାର ଧମକ ଦେଇ ଖୋଲା ଖୋଲି ଭାବେ ବୁଲୁଛି ।  ସୂଚନା ଯୋଗ୍ୟଯେ ସଇଁତଳାର ଏକ ଦୈନନ୍ଦିନ ଖବର କାଗଜର ସାମ୍ୱାଦିକ ଅଜିତ କୁମାର ସାହୁ ସଇଁତଳା ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପାଖେ ଥିବା ଏକ ମନ୍ଦିର ସମ୍ଭୁଖରେ କିଛି ସାମ୍ୱାଦିକ ମାନଙ୍କ ସହିତ ବସି କଥା ବାର୍ତ୍ତା  ହୋଇଥିଲେ ।ଏହି ସମୟରେ ସ୍ଥାନୀୟ ବିଡିଓ କାର୍ଯ୍ୟାଳୟ ସମ୍ଭୁଖରେ ମିଶନ ଶକ୍ତି ଗୃହ ନିର୍ମାଣ କରୁଥିବା ଠିକାଦାରଙ୍କ ସହଯୋଗୀ ଆଶିଷ ଥାର୍ଟି ଆସି ଅଜିତ କୁମାର ସାହୁଙ୍କୁ ହଟାତ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଇଥିଲେ । ଧମକ ଦେବା ସମୟରେ ଦୁଇ ଜଣ ସାମ୍ୱାଦିକ ଏହାକୁ ପ୍ରତିବାଦ କରିଥିଲେ । ପ୍ରତିବାଦ କରିଥିବା ସାମ୍ୱାଦିକଙ୍କୁ ମଧ୍ଯ ସଂପୃକ୍ତ ଠିକାଦାରର ସହଯୋଗୀ ମାନେ ଧମକ ଦେଇଥିବା ନେଇ ସଇଁତଳା ଥାନାରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ସାମ୍ୱାଦିକ ଅଜିତ ସାହୁ କହିବାନୁସାରେ ମିଶନ ଶକ୍ତି ଗୃହ ନିର୍ମାଣ ହେଉଥିବା ସମ୍ପର୍କରେ ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀକୁ ପଚାରିଥିଲେ । ପଚାରିବାପରେ ଯନ୍ତ୍ରୀ ଜଣକ ଠିକାଦାରକୁ ଜଣାଇ ଥିଲେ । ତେବେ ଠିକାଦାରର ସହଯୋଗି ଉତ୍ତେଜିତ ହୋଇ ଅଜିତକୁ ଧମକ ଦେଇଥିଲେ।ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରିବା ସହ ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ତେବେ ଆଇନଯିବି ଜପେଶ୍ଵର ଯାନି, ପ୍ରୀତିସାଗର ମହାନନ୍ଦ ଓ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିବା ସହ ରାଜ୍ୟରେ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୩/୧୦/୨୦୨୨---୭,୪୫ Sakhigopal News,23/10/2022

Blog Archive

Popular Posts