Breaking News

ପୁରୀରେ ହେବ ଅଲ ଇଣ୍ଡିଆ ଫେଡେରେସନ ର ୯୮ ତମ ବାର୍ଷିକ ଅଧିବେଶନ




ଜଟଣୀ --ଅଲ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ୯୮ ତମ ବାର୍ଷିକ ଅଧିବେଶନ ଚଳିତ ବର୍ଷ ନଭେମ୍ବର ୨୯ ଓ ୩0 ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଖୋର୍ଦ୍ଧାରୋଡ଼ ସ୍ଥିତ ସଂଘଠନର କାର୍ଯ୍ୟାଳୟଠାରେ ତା ୩0/୯ /୨୨ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସଂଘଠନ ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନ ର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟ୍ଟସାହାଣୀଙ୍କ କହିବା ଅନୁସାରେ ସାରା ଭାରତ ବର୍ଷରୁ ଅନ୍ୟୁନ ୧୫000 ରୁ ଅଧିକ ରେଳ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିବେ । ଦୁଇଦିନ ବ୍ୟାପି ହେବାକୁ ଥିବା ଏହି ଅଧିବେଶନରେ ମାନ୍ୟବର ସି. ଇ. ଓ ତଥା ଚେୟାରମ୍ୟାନ ଏଂବ ମନ୍ତ୍ରାଳୟର ବହୁ ପଦାଧିକାରୀ ଯୋଗଦାନ କରିବେ । ଏହା ସହ ଇଣ୍ଟେରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ, ଲଣ୍ଡନର ସାଧାରଣ ସମ୍ପାଦକ ଷ୍ଟିଫେନ କୋଟନ, ଆଫ୍ରିକା ରୁ ଉପ ଅଧକ୍ଷ ନଜିମ ଭସ୍ମାନ, ଉତ୍ତର ଆମେରିକାରୁ ଜୋନ ବେକର, ଲଣ୍ଡନରୁ ନୋଏଲ କର୍ଡ ଆଦି ଅନ୍ତର୍ଜାତିକ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିବେ । ଅଲ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ମହାମନ୍ତ୍ରୀ ଶ୍ରୀ ଶିବଗୋପାଳ ମିଶ୍ର ସମେତ ସମସ୍ତ ୧୭ ଟି ଜୋନର ସାଧାରଣ ସମ୍ପାଦକ ନିଜର ହଜାର କର୍ମକର୍ତ୍ତା କୁ ନେଇ ପୁରୀ ଅଧିବେଶନର ସାମିଲ ହେବ । ଦୁଇଦିନିଆ ଏହି ସମ୍ମିଳନୀର ପ୍ରଥମ ଦିନ ଜାତୀୟ ମହିଳା ଅଧିବେଶନ ପୁରୀସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହେବ, ଏହା ପରେ ସମସ୍ତ କର୍ମକର୍ତ୍ତା ଏକ ବିଶାଳ ବର୍ଣ୍ୟଢ଼ ଶୋଭାଯାତ୍ରାରେ ଟାଉନହଲ ଠାରୁ ବାହାରି ପୁରୀ ରେଲୱେ ଷ୍ଟେସନ ସମ୍ମୁଖରେ ସାଧାରଣ ସଭାରେ ସାମିଲ ହେବେ । ଯେଉଁ ଠାରେ ମାନ୍ୟବର ରେଳମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି କ୍ରମରେ ଦ୍ଵିତୀୟ ଦିନରେ ଜାତୀୟ ଯୁବ ସମାବେଶ ସହ କାର୍ଯ୍ୟକାରୀ ସଦଶ୍ୟଙ୍କ ବୈଠକ ଟାଉନହଲ ଠାରେ ଅନୁଷ୍ଠିତ ହେବାର ଯୋଜନା ଅଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମହାମନ୍ତ୍ରୀ ଶ୍ରୀ ପଟ୍ଟସାହାଣୀ ଆଗାମୀ ସମ୍ମିଳନୀର ଲୋଗ ଏବଂ ମସ୍କଟ କୁ ଉନ୍ମୋଚନ କରିବା ସାହ ସଂଘଠନର ସମସ୍ତ କର୍ମକର୍ତ୍ତା ବହୁତ ଉତ୍ସାହିତ ଅଛନ୍ତି ବୋଲି ଅବଗତ କରାଇଥିଲେ । ଏହା ସହ ଶ୍ରୀ ପାଟ୍ଟସାହାଣୀ ସମସ୍ତ ରେଲୱେ କର୍ମଚାରିକୁ ଏହି ଐତିହାସିକ ମୁହୂର୍ତ୍ତରେ ମୁକସାକ୍ଷୀ ହେବାକୁ ଅନୁରୋଧ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଗ୍ରହଣରେ ଜୋନାଲ ଫାଇନାନ୍ସ ସେକ୍ରେଟାରୀ ଏମ. ଡ଼ି. ଯାକିରଉଦ୍ଦିନ, ଖୋର୍ଦ୍ଧା ମଣ୍ଡଳ ସଂଯୋଜକ ଶ୍ରୀ ରଂଜିତ କୁମାର ଦାଶ, ଜୋନାଲ ଯୁବ ସଂଯୋଜକ ଶ୍ରୀ ଅମ୍ରିତ ମିଶ୍ର ଆଦି ଉପସ୍ଥିତ ଥିଲେ  ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୦/୨୦୨୨---୬,୨୫ Sakhigopal News,31/10/2022---

Blog Archive

Popular Posts