Breaking News

ବିଶ୍ଵନାଥ ସ୍ମୃତି ସଂସଦ ଆନୁକୂଲ୍ୟରେପ୍ରତିଭା ଚୟନ ପ୍ରତିଯୋଗିତା


 ଖୋର୍ଦ୍ଧା ---- ଚିଲିକା ବ୍ଲକ୍ ଅନ୍ତର୍ଗତ   ବିଶ୍ଵନାଥ ସ୍ମୃତି ସଂସଦ ଆନୁକୂଲ୍ୟରେ ଇଛାପୁର ଗ୍ରାମରେ  ପ୍ରଥମ
ଠାରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ନେଇ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ସଂସଦର ସଂପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ କନିଷ୍ଠ ଓ ବରିଷ୍ଠ ବିଭାଗର ଚିତ୍ରାଙ୍କନ, କଣ୍ଠସଙ୍ଗୀତ,କୁଇଜ୍ ସମେତ ବିତର୍କ ପ୍ରତିଯୋଗିତା
କରାଯାଇଥିଲା । ବିଚାରକ ରୂପେ ସାମ୍ବାଦିକ ପ୍ରଦୋଷ କୁମାର ଦାସ,ସାମ୍ବାଦିକ ସଂଗ୍ରାମ  ରଣା, ନାଚୁଣୀ
ତ୍ଵିଟ ବାର୍ଡ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ
ଅଧ୍ୟକ୍ଷ ସୁରେଶ କୁମାର ଦାଶ ଏବଂସଂପାଦକ ପ୍ରମୋଦ କୁମାର ସ୍ବାଇଁ ଉପସ୍ଥିତ ରହିଥିଲେ। ୧ମ,୨ୟ ଓ ୩ୟ କୃତୀ ପ୍ରତିଯୋଗୀଚୟନ କରିଥିଲେ ।ପ୍ରତିଯୋଗିତାରେ
୪୭ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ବିତର୍କରେ ରିଙ୍କି ସ୍ବାଇଁ ଓ ପ୍ରତ୍ୟୁଷ ଦାସ ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଲିପସରାନୀ ସ୍ବାଇଁ ଓ ଋତୁପର୍ଣ୍ଣା ପ୍ରଧାନ ୩ୟ ସ୍ଥାନ ହାସଲ କରିଥିଲେ ।କନିଷ୍ଠ ବିଭାଗ କଣ୍ଠସଙ୍ଗୀତରେ ସୋନାସ୍କୀ ସ୍ବାଇଁ ୧ମ,ବର୍ଷା ଖୁଣ୍ଟିଆ ୨ୟ ଓ ଦିବ୍ୟତାପସ ସ୍ବାଇଁ ୩ୟ, ବୋଧଜ୍ଞାନରେ ଉମାକାନ୍ତ ସ୍ବାଇଁ୧ମ,ସୁମିତ୍ରା ମହାରଣା ୨ୟ ,ଶିବାନୀ
ସ୍ବାଇଁ ୩ୟ,ଚିତ୍ରାଙ୍କନରେ ସୁମନ୍ତ ସ୍ବାଇଁ୧ମ, ଅରସ୍ୱରୂପ ମହାରଣା ୨ୟ,ଶୁଭଙ୍କର ଖୁଣ୍ଟିଆ ୩ୟ ସ୍ଥାନ ଅଧିକାର କରିଥିଲେ ।ବରିଷ୍ଠ ବିଭାଗ କଣ୍ଠ ସଙ୍ଗୀତରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ୧ମ,ରିତୁପର୍ଣ୍ଣା ପ୍ରଧାନ୨ୟ,ଦୀପ୍ତିମୟୀ ପ୍ରଧାନ ଓରୂପାଲି ସ୍ବାଇଁ ୩ୟ ସ୍ଥାନ ହାସଲ କରିଥିଲେ ।କୁଇଜ୍ ପ୍ରତିଯୋଗିତାରେଓମ୍ ପ୍ରକାଶ ମହାରଣା ୧ମ,ମୁନା ପ୍ରଧାନ ୨ୟ ଓ ଦୀପ୍ତିମୟୀ ପ୍ରଧାନ ୩ୟ,
ଚିତ୍ରାଙ୍କନରେ ଶ୍ରଦ୍ଧାଞ୍ଜଳି ମହାନ୍ତି୧ମ,ସୋନାଲିକା ମହାନ୍ତି ୨ୟ ଓରବି ବେହେରା ୩ୟ ସ୍ଥାନ ପ୍ରାପ୍ତ ହୋଇଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୦ତାରିଖ ରବିବାର ଦିନ ହେବାକୁ ଥିବା ସମାଜସେବୀ ସ୍ବର୍ଗତ ବିଶ୍ଵନାଥ ସ୍ୱାଇଁଙ୍କ  ୭ମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭାରେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ବୋଲି
ସଂପାଦକ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଧୀନ କେଶରୀ ସ୍ବାଇଁ ,ପ୍ରତୀକ
ଦାସ ଏବଂ ଆଲୋକ ଖୁଣ୍ଟିଆ ସହଯୋଗ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୨୫/୧୦/୨୦୨୨---୪,୩୦ Sakhigopal News,25/10/2022

Blog Archive

Popular Posts