Breaking News

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ



ଭଞ୍ଜନଗର---ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 172ଟି ଅଭିଯୋଗର ଶୁଣାଣି କରିଥିଲେ ।  ଜିଲ୍ଲାପାଳ ତ୍ୱରିତ 29ଟି ଅଭିଯାଗର ଫଇସଲା କରିଥିଲେ। ଏଥିରେ ଗ୍ରାମ ଅଭିଯୋଗ  5ଟି,ବ୍ୟକ୍ତିଗତ ଅଭିଯୋଗ 166ଟି ଥିଲା l ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ  ଭିନ୍ନକ୍ଷମଙ୍କୁ 1ଟି ହୁଇଲି ଚେୟାର(wheel chair) ଓ ଜଣଙ୍କୁ ଗୋଟିଏ ଆଶାବାଡି ସହାୟତା ପ୍ରଦାନ କରିଥିଲେ। ଏହା ସହିତ ଜିଲ୍ଲାପାଳ 14 ଜଣଙ୍କୁ ଜଙ୍ଗଲ ଜମିପଟା ବଣ୍ଟନ କରିଥିଲେ।  ଏବଂ ଜଣକୁ ରେଡକର୍ସ ସହାୟତା  5000 ଟଙ୍କା ଦିଆଯାଇଥିଲା। ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ  ,ଭଞ୍ଜନଗର ଉପଜିଲ୍ଲାପାଳ  ଶ୍ରୀ ଜ୍ୟୋତିଶଙ୍କର ରାୟ,ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର,  ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଞ୍ଜନଗର ବି.ଡ଼ି.ଓ. ଶ୍ରୀ ଶଶୀ ଭୂଷଣ ମହାପାତ୍ର, ଭଞ୍ଜନଗର ବି.ଇ.ଓ ଶ୍ରୀ ଏସ. ଧନଞୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା  ଅଧିକାରିଣୀ କଲ୍ୟାଣୀ ଦାଶ ବନଖଣ୍ଡ  ଅଧିକାରୀ ଦକ୍ଷିଣ ଦିଲୀପ କୁମାର ଦାଶ,ଓ଼ ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଭଂଜନଗର ନ ଏ ସି କାର୍ଯ୍ୟନିବାହି ଅଧିକାରୀ ଆଶୁତୋଷ ଗୌରବ  କର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁସା  ମୁଣ୍ଡା ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ
 ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୨---୭,୧୦ Sakhigopal News,19/10/2022

Blog Archive

Popular Posts