ଅଗ୍ନିକାଣ୍ଡ ଘଟି ୨୨ ବଖରା ଘର ପୋଡି ପାଉଁଶ
ଭଞ୍ଜନଗର-- ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ବାରୁଡା ପଞ୍ଚାୟତର ବାଲିଆପଟା ଗାଁ ରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଟି ପରିବାର ର ୨୨ ବଖରା ଜଳିପୋଡି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଖବର ନେବାରେ ଜଣାପଡିଛି ଯେ ସମସ୍ତେ ଶୋଇଥିବା ସମୟରେ ହଠାତ୍ ଜନୈକ ବ୍ୟକ୍ତିଙ୍କ ଘରୁ ନିଆଁ ବାହାରିଥିଲା । କ୍ଷଣିକ ମଧ୍ୟରେ ନିଆଁଟି ବ୍ୟାପି ଯାଇଥିଲା । ଗ୍ରାମବାସୀ ମାନେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇ ପାରିନଥିଲେ । ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନି ବିପନ୍ନ ମାନଙ୍କ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନଚାଉଳ , ଲୁଗାପଟା ସଂପୂର୍ଣ୍ଣ ଜଳିପୋଡି ନଷ୍ଟ ହେଇଯାଇଥିଲା । ଗୋଟିଏ ବାଇକ୍ ମଧ୍ୟ ଜଳି ଯାଇଛି । ଏହି ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସଞ୍ଚୟ ନାୟକ ଓ ସମିତିସଭ୍ୟ ଖବର ପାଇ ଅଗ୍ନି ବିପନ୍ନ ଙ୍କ ନିକଟରେ ପହଞ୍ଚି , ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସୋମବାର ଦିନ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଦିଆଯାଇଛି । ପରେ , ଭଞ୍ଜନଗର ବ୍ଲକ ଅଧିକାରୀ ଶଶୀଭୂଷଣ ମହାପାତ୍ର ଓ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ଲକ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି ଅତିଶୀଘ୍ର ଅଗ୍ନିବିପନ୍ନ ମାନଙ୍କୁ ଇନ୍ଦିରା ଆବାସ ଗୃହ ଯୋଗାଇ ଦିଆଯିବ । ଅଗ୍ନିବିପନ୍ନ ମାନଙ୍କୁ ଭେଟି ପଚାରି ବୁଝିଥିଲେ । ଅଗ୍ନି ବିପନ୍ନଙ୍କ ମଧ୍ୟରେ ଅଶୋକ ନାୟକ ,ଗୟା ନାୟକ,ଗୋବିନ୍ଦ ନାୟକ,ତମ୍ପାଳ ନାୟକ,କାହ୍ନୁ ନାୟକ, କୃଷ୍ଣ ନାୟକ, ଦୟା ନାୟକ,କେଶବ ନାୟକ, ଜଗନ୍ନାଥ