Breaking News

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ରେ ଲାଗି ଯୁବକ ଗୁରୁତର


 
ଭଞ୍ଜନଗର - ବାରହା ଶିକାର ପାଇଁ ବିଛା ଯାଇଥିବା  ବିଦ୍ୟୁତ ତାରରେ ଲାଗି ଯୁବକ ଗୁରୁତର । ଭଞ୍ଜନଗର ଥାନା ଅନ୍ତର୍ଗତ ଗଉଡିଆପଢାଳ ଗାଁ ନିକଟର ଘଟିଛି ଏଭଳି ଘଟଣା । ଆହତ ଯୁବକ ଜଣକ ସନ୍ତୋଷ ସ୍ବାଇଁ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଛି । ଖବର ନେବାରେ ଜଣାପଡିଛି , ଗାଁ ନିକଟ କେନାଲ ଓ ନଦୀ ମଝିରେ କୈାଣସି ଦୁର୍ବୃତ୍ତ ବାରହା୍ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିଲା । ସେହି ରାସ୍ତା ଦେଇ ସନ୍ତୋଷ ଯାଉଥିବା ବେଳେ ସେହି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୦/୨୦୨୨----୧୦,୧୦ Sakhigopal News,29/10/2022

Blog Archive

Popular Posts