ନେତା ମାଲାମାଲ ଜନତା କାଙ୍ଗାଳ ; ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଏବେ ପାଣିର ଗାର
କଟକ -କଟକ ଜିଲ୍ଲା ବାଙ୍କୀ ବ୍ଲକ ବଳଭଦ୍ରପୁର ପଞ୍ଚାୟତରେ ବିଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକ ମାନଙ୍କର ଆସ୍ତା ଭାଜନ ହୋଇଥିବା ଚାରି ଟର୍ମ ସ୍ୱାମୀ ଏବଂ ସ୍ତ୍ରୀ ସ୍ୱାଧୀନ ପାର୍ଥୀରେ ବାଜି ମାରି ଚାଲିଛନ୍ତି। ବର୍ତମାନର ସରପଞ୍ଚ ପଞ୍ଚାୟତ ଅଫିସକୁ କେବେ ଯାନ୍ତି ନାହିଁ ବୋଲି ପଞ୍ଚାୟତର ଲୋକେ ମାନେ କହନ୍ତି । ନିର୍ବାଚନ ସମୟରେ ଦେଇଥିବା କଥା ଏବେ ପାଣିର ଗାର ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ଚାରି ଚାରି ଥର ସରପଞ୍ଚ ହେବା ପରେ ମଧ୍ୟ ଏଠି ଉନ୍ନତି ମୂଳକ କାମ ହେଇଛି ଶୂନ ବୋଲି ପଞ୍ଚାୟତ ଅଧିବାସୀ ମାନେ କହନ୍ତି।କିନ୍ତୁ ଲୋକମାନଙ୍କର ଆସ୍ତା ଏତେ ପରିମାଣରେ ପାଇଥିଲେ ମଧ୍ୟ୍ୟ ଜନତାଙ୍କ କାମ କରିବାରେ ବିଫଳ ହେବାର ମୂଳ କାରଣ କଣ । ଲୋକମାନେ କହନ୍ତି ପ୍ରଥମ ପଞ୍ଚାୟତ ନିର୍ବାଚନ ଲଢ଼ିଲାବେଳେ ଯେତିକି ସମ୍ପତି ଥିଲା ବର୍ତ୍ତମାନ୍ ଏତେ ସମ୍ପତ୍ତି ଆସିଲା କେଉଁଠୁ ଯାହା ଲୋକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ସମାଜରେ ଉନ୍ନତି କରିବାକୁ ଆସିଥିବା ନେତାମାନେ ସମାଜର ଉନ୍ନତି କରିବେ କଣ ନିଜର ଉନ୍ନତି କରିବା ସହିତ ଜନ ସାଧାରଣଙ୍କର କାମକୁ ଅବହେଳା ପଦର୍ଶନ କରିଛନ୍ତି । ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ପଞ୍ଚାୟତ ଅଧିବାସୀ ମାନେ ଦାବି କରିଛନ୍ତି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୨୦/୧୦/୨୦୨୨----୮,୫୦ Sakhigopal News,20/10/2022