ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚଳନା କମିଟି ସଭ୍ୟ ପଦବୀ ନିର୍ବାଚନରେ ବିଜେଡ଼ିର ବାଜିମାତ୍
କଟକ---- ଓଡ଼ିଶା ରାଜ୳ରେ ବିରୋଧି ଦଳ ଗୁଡ଼ିକର ସ୍ଥିତି କେତେ ଦୟନୀୟ ତାହା କଟକ ଜିଲ୍ଲା ବାଙ୍କି ଉପଖଣ୍ଡସ୍ଥ ବରେନ୍ଦ୍ରକୃଷ୍ନ ବିଦ୳୲ପୀଠରେ ଅନୁଷ୍ଠିତ ସମବାୟ ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଛି। ଉକ୍ତ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ଆଶାତୀତ ଭାବେ ଆସନ ଗୁଡିକ ନିଜ ଅକ୍ତିଆରରେ ରଖିଥିବା ବେଳେ, ବାକି ଅନ୳ ସମସ୍ତଙ୍କର ଏକ ଲଜ୳୲ ଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସମବାୟ ନିର୍ବାଚନ ପାଇଁ ସମୁଦାୟ ବାଙ୍କୀ ୧୫ ଟି ଜୋନରେ ବିଭକ୍ତ କରାଯାଇଛି। ପୂର୍ବରୁ ଦଶ ଗୋଟି ଜୋନରେ ପ୍ରତିଦ୍ବନ୍ଦୀ ମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିଲେ। ଏବଂ ବଳକାଥିବା ପାଞ୍ଚଗୋଟି ଜୋନକୁ ନେଇ ସଭ୍ୟ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ, କଟକ ଜିଲ୍ଲା ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ନିର୍ଦେଶକ ପଦବୀ ପାଇବା ଆଶା ରଖି ଦଶ ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ସେପଟେ ଏହି ନିର୍ବାଚନ କୁ ପରିଚାଳନା କରିବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମବାୟ ନିର୍ବାଚନ ରେ ଡମପଡା ନରସିଂହପୁର ,ବାଙ୍କୀ
,ବଡମ୍ବା.ତିଗିରିଆ ୫ ଗୋଟି ସେବା ସମବାୟ ସମିତିର ଶତାଧିକ ସଭ୍ୟ ମାନେ ଭାଗ ନେଇଥିଲେ । ଅପରାହ୍ନ ୫ ଘଣ୍ଟିକା ସମୟ ରେ ଭୋଟ ଗଣତି ଓ଼ ଫଳାଫଳ ପ୍ରକାଶ ପାଇଥିଲା।.ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ବାଙ୍କୀ ପୋଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା।ସେପଟେ ଏହି ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଜେନା ଙ୍କ ପକ୍ଷରୁ ସୂଚନା ମିଳିଛି।
କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ସହିତ ବାଙ୍କୀ ରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୨୪/୧୦/୨୦୨୨---୯,୪୫ Sakhigopal News 24/10/2022