ନୀତିନ" ଦ୍ବିଦିବସୀୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି
ବରଗଡ଼ ---ବରଗଡ ଜିଲ୍ଲା ଡୁଂଗରୀପାଲି ଠାରେ ବୀରଭୈରୋ ସ୍ପୋର୍ଟିଂ କ୍ଲବ ପକ୍ଷରୁ "ନୀତିନ ମେମୋରିଆଲ" ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଠ ଟି ଦଳ ଅଂଶଗ୍ରହଣ କରିଥିଲେ। ଉଦଘାଟନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ପୁର୍ବତନ ଫୁଟବଲ ଖେଳାଳି ତଥା ବରିଷ୍ଠ ସମାଜସେବୀ ବୀରବର ବାଗ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନ ର ମ୍ଯାଚ ବ୍ରାହ୍ମଣ ତୁରୁମ ଓ ଲହଣ୍ଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ତଥା ଦ୍ଵିତୀୟ ଦିନ ଲଚିଦା ଓ ପୁଟପୁଟପାଲି ମଧ୍ୟ ଏକ ସଂଘର୍ଷ ପୃର୍ଣ୍ଣ ମ୍ଯ୍ୟାଚ ହୋଇଥିଲା ଟାଇବ୍ରେକର୍ ଜରିଆରେ ୮/୭ ଗୋଲରେ ଲଚିଦା ଦଳ ବିଜୟୀ ହୋଇଥିଲେ ।ଉଦଯାପନୀ ଉତ୍ସବ ସଭାରେ ସଭାପତିତ୍ବ କରିଥିଲେ, ରାଜକୁମାର ସରାଫ। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପର୍ଶୁରାମ ପାତ୍ର ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ତଥା ରେମଂଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏକାଦଶୀଆ ହଟେଇ, ସାମାଜସେବୀ ତଥା ଡୁଂଗରୀପାଲି ଭିଡିସି ସଭାପତି ରାଜେନ୍ଦ୍ର ବାଗ, ମହେନ୍ଦ୍ର ଠାକୁର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ।ରେଫରୀ ଭାବେ ପ୍ରଦୀପ ଭୋଇ, ପଂକଜ ମିର୍ଦ୍ଧା, ଦେବାଶିଷ ପ୍ରଧାନ ଓ କେଶବ ଭୋଇ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ପରିଚାଳନା କରିଥିଲେ ଯୁଧିଷ୍ଠିର ବାଗ ଓ ରାଧେଶ୍ଯାମ ଭୁଏ। ପରିଶେଷରେ ଡୁଂଗରୀପାଲି ଭିଡିସି ସଭାପତି ରାଜେନ୍ଦ୍ର ବାଗ ଖେଳାଳି ମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୦/୨୦୨୨---୮,୪୦ Sakhigopal News,29/10/2022