ଭଂଜନଗର - କୈାଣସି କାରଣକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା । ଗୋଟିଏ ପକ୍ଷ ଆଗରୁ ଧମକ ଦେଉଥିଲେ ଜୀବନରେ ମାରିଦେବାକୁ । ହଠାତ୍ ବୁଧବାର ଅପରାହ୍ନରେ ୨/୩ ଜଣ ଯୁବକ ଆସି ହଠାତ୍ ମାଡ଼ ମାରିଲେ ଯୁବକ ଙ୍କୁ । ଏପରିକି ବୁଟ୍ ରେ ଗୋଇଠା ପରେ ଗୋଇଠା ମାରିଲେ । ତଳେ ପଡି ଗୁରୁତର ଆହତ ହେଲେ । ମେଡିକାଲ ରେ ଭର୍ତି ହେଲେ। ମେଡିକାଲ ରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ହେଲା । ଏଥିପାଇଁ ମାଡ଼ ମାରିଥିବା ଅଭିଯୁକ୍ତ ମାନେ ହିଁ ଦାୟୀ ବୋଲି ମୃତକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ଙ୍କ ଯୋଗୁଁ ହିଁ , ମୋ ସ୍ବାମୀ ଙ୍କର ମୃତ୍ୟୁ ହେଲା ବୋଲି ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ତ୍ରୀ । ସୁଚନା ଯୋଗ୍ୟ ଯେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ରାଣୀକିଆରି ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ସେହି ଗାଁ ର ସୁବାସ ଦାସ । ମଙ୍ଗଳବାର ଅପରାହ୍ନରେ ସେହି ଗାଁ ର ଦିଲ୍ଲିପ ଗୈାଡ ଏବଂ ଦୁଇଜଣ ସହଯୋଗୀ ମୋଟରସାଇକେଲ ରେ ଆସି ସୁବାସ ଙ୍କୁ ମାଡ଼ ଓ ଗୋଇଠା ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଗାଲେରୀ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ସ୍ତ୍ରୀ ସୁଭଦ୍ରା ଦାସ , ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୃତ ଦେହକୁ ପୋଲିସ ଜବତ କରିବା ସହ ଏତାଲା ଆଧାରରେ ଥାନା କେଶ୍ ନମ୍ବର ୩୩୪/୨୨ ରେ ମାମଲା ରୁଜୁ କରି ପ୍ରଦୀପ ଗୈାଡ ଓ ତାର ଭାଇ ଦିଲ୍ଲୀପ ଗୈାଡ କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୨----୯,୪୫ Sakhigopal News,19/10/2022
ଗୋଇଠା ମାଡ଼ରେ ଯୁବକଙ୍କର ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ସ୍ତ୍ରୀ
Reviewed by
sakhigopal news
on
07:11
Rating:
5