ନିଜ ଅଧିକାର ଓ ହକ ପାଇଁ ନୂତନ ଭାବେ ଗଠନ ହେଲା ବଲାଙ୍ଗୀର ଜିଲ୍ଲାର ୱେବ ଚ୍ୟାନେଲ ସଂଘ
ବଲାଙ୍ଗିର---- ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକର ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର 14ଟି ବ୍ଲକରୁ ସମସ୍ତ ୱେବ ଚ୍ୟାନେଲ ରେ କାମ କରୁଥିବା ଚତୁର୍ଥ ସ୍ତମ୍ଭ ର ସାମ୍ବାଦିକ ବନ୍ଧୁମାନଙ୍କ ରଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ଯୋଗ ଦେଇ ଥିବା ସାମ୍ବାଦିକ ବନ୍ଧୁ ମାନେ ନିଜ ନିଜର ପରିଚୟ ଦେବା ପରେ ସଂଗଠନ ର ମୂଳ ଉଦେଶ୍ୟ ଓ ସମ୍ୱାଦିକ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଏକତ୍ରିତ ହୋଇ ଏକ ସଂଘ ଗଠନ କରିବା ଓ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଉପସ୍ଥିତ ଥିବା ଅନେକ ବନ୍ଧୁ ସଂଘକୁ ସୁଦୃଢ କରିବା ପାଇଁ ଅନେକ ସାମ୍ବାଦିକ ବନ୍ଧୁମାନେ ନିଜ ନିଜ ମତାମତ ଦେଇଥିଲେ । ଏହି ସଂଘକୁ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ ଓ ସୁମତାମତରୁ ବଲାଙ୍ଗୀର ଜିଲ୍ଲାର ଫିରୋଜ କୁମାର ସାହୁଙ୍କୁ ସଭାପତି ଓ ପ୍ରମୋଦ କୁମାର ବେହେରାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା।
ଆଗାମୀ ଦିନରେ ଏହି ସଂଘର ସମସ୍ତ ସାମ୍ବାଦିକଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା, ସୁଯୋଗ ଓ ସମ୍ମାନ ପାଇବା ପାଇଁ ଦାବି କରିବେ । ଏହି ୱେବ ଚ୍ୟାନେଲର ସାମ୍ବାଦିକମାନେ ନିର୍ଭିକ ଭାବରେ ଖରା, ବର୍ଷା, ଶୀତକୁ ଖାତିର ନ କରି କାମ କରୁଛନ୍ତି, ହେଲେ ଚ୍ୟାନେଲ ତରଫରୁ କିମ୍ବା ସରକାରୀ ସ୍ତରରେ କୌଣସି ସୁବିଧା ସୁଯୋଗ ପାଇଁ ପାରୁ ନାହାନ୍ତି । ସରକାରଙ୍କର ଗୋପବନ୍ଧୁ ଯୋଜନାରେ ମଧ୍ୟ ସାମିଲ କରୁ ନାହାନ୍ତି । କେତେକ ସ୍ଥାନରେ ଆମ ସାମ୍ବାଦିକ ବନ୍ଧୁଙ୍କୁ ବୈମାତୃକ ଭାବରେ ଅସମ୍ମାନିତ କରୁ ଥିବାର ବାରମ୍ବାର ଅଭିଯୋଗ ହେଉଛି । ଏସବୁ ମନୋଭାବନାକୁ ଦୂର କରିବା ପାଇଁ ସଂଘ ସଦା ସର୍ବଦା ନିଜର ହକ ପାଇଁ ଲଢେଇ କରିବାକୁ ପଛେଇବ ନାହିଁ । ଆଗାମୀ ଦିନରେ ସଂଘ ସରକାରୀ ମାନ୍ୟତା ପାଇଲା ପରେ ସଂଘରେ ସାମିଲ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ଏକ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଦିଆଯିବ ବୋଲି ସଭାପତି ଘୋଷଣା କରି ଥିଲେ । ସଭା ଶେଷରେ ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲାର 14ଟି ବ୍ଲକ ର ସମସ୍ତ ୱେବ ଚ୍ୟାନେଲ ର ସାମ୍ବାଦିକ ବନ୍ଧୁ ମାନେ ସବୁ ସାମ୍ବାଦିକ ବନ୍ଧୁ ମାନେ ଏକ ସୂତ୍ର ରେ ବାନ୍ଧି ହୋଇ କିପରି ସଂଗଠନ କୁ ଆଗକୁ ନେବେ ଓ ସମସ୍ତେ ସମସ୍ତ ଙ୍କର ସାହାଯ୍ୟ ହୋଇ ପରିବାର ଭଳି ରହିବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ କଟାବାଞ୍ଜି ରେ ଦ୍ୱିତୀୟ ପର୍ଯାୟ ସଭା ହେବ ଓ ସଭା ଶେଷରେ ସଭା ର ସଭାପତିଙ୍କୁ ଧନ୍ୟବାଦ ଦେବା ସହ ସହଯୋଗ କାମନା କରିଥିଲେ ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩୧/୧୦/୨୦୨୨---୬,୩୦ Sakhigopal News,31/10/1/2022