Breaking News

ଗୋବରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ



ଭଞ୍ଜନଗର - ଗୋବରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତି ରାଣୀ ହୋତା ଅଧ୍ୟକ୍ଷତା କରିଥିଲେ।  ଆୟୋଜିତ ଉତ୍ସବରେ ଗୋବରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁପ୍ରଭା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୀତା ଗୈାଡ , ଉପସଭାପତି  ସନ୍ତୋଷ ଖୁଣ୍ଟିଆ , ସିଆରସିସି  ନିକୁଞ୍ଜ ନାୟକ  ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ୍ଲ , ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନେ ପୋଷାକ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ - ରମେଶ ଜେନା , ଶିକ୍ଷୟିତ୍ରୀ -  ସ୍ୱର୍ଣ୍ଣଲତା ଗୈାଡ , ସୁଦେଷ୍ଣା  ପଣ୍ଡା , ସୁନିତା ରଥ, ଝରଣା ରାଣୀ ପଣ୍ଡା, ସମିତା ସେଠୀ, ଚିନ୍ମୟୀ ବିଷୋୟୀ ଏବଂ କ୍ରୀଡ଼ା ଶିକ୍ଷକ ପ୍ରତାପ କୁମାର ସ୍ବାଇଁ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୨---୮,୨୫ Sakhigopal News,21/10/2022

Blog Archive

Popular Posts