Breaking News

୭୦ ଗ୍ରାମ ବ୍ରାଉନ ସୁଗାର ଜବତ; ଯୁବକ ଗିରଫ


ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଥିବା ତୁଳସୀପୁର ଛକରୁ କୁସୁମଠେଙ୍ଗ ରାସ୍ତାରେ ଥିବା ଜୟଦୁର୍ଗା କଲ୍ୟାଣ ମଣ୍ଡପ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଆଜି ଯୁଲ ,ବୟସ -୩୪ ବର୍ଷ,ପିତା- ସେକ୍. ସାକିରଙ୍କୁ ଗିରଫ କରି ତାଙ୍କ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି। ଜିଲ୍ଲା ସଦର ରେଞ୍ଜର କେସ ନଂ -୫୫/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭,୦୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ବିନୋଦ କୁମାର ବାସ୍କେ , ଏ.ଏସ. ଆଇ ଶ୍ରୀ ମାନସ ମିଶ୍ର, ଶ୍ରୀ ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ ଶ୍ରୀ ସଞ୍ଜୀବ ହସ୍ତି, ସେକ ୱାରିସ, ପ୍ରବୀଣ ବିରାଜ କିରୋ, ଅଭିଜିତ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗ , ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି,୨୦/୧୦/୨୦୨୨---୮,୧୦ Sakhigopal News,20/10/2022

Blog Archive

Popular Posts