Breaking News

ମା ମାହେଶ୍ୱରୀ ସେନା ତରଫରୁ ରକ୍ତଦାନ ଶିବିର


ବରଗଡ଼---- ମା ମାହେଶ୍ୱରୀ ସେନା ତରଫରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ଥାନୀୟ ଆଞ୍ଚଳିକ ଶ୍ରୀ ଶ୍ରୀ ଉମା ମାହେଶ୍ୱରୀ ମନ୍ଦିର ରେ ପୂଜକ ସନ୍ତୋଷ ମହାକୁରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଡୁମାଳ ସମାଜ ଗମ୍ଭାରୀପାଲି କେନ୍ଦ୍ର ସଭାପତି ପ୍ରେମରାଜ କମ୍ପ, ଟାମ୍ପରସରା ଗ୍ରାମପଞ୍ଚାୟତର ସରପଞ୍ଚ ରାଜକିଶୋର ଛନ୍ଦ, ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କର୍ଣ୍ଣ ଓ ମନ୍ଦିର ପରିଚାଳନା କମିଟିର ସଭାପତି ନରେନ୍ଦ୍ର ନାଏକ ଙ୍କ ଦ୍ୱାରା ରକ୍ତଦାନ ଶିବିର ଉଦଘାଟିତ ହୋଇଥିଲା । ପ୍ରଥମ କରି ୫ଜଣ ମହିଳା ଜୟଶ୍ରୀ କର୍ଣ୍ଣ, ମାଳତୀ ପ୍ରଧାନ, ପ୍ରଭାସିନୀ ସେଠ, ଲିଜା ପ୍ରଧାନ ଓ ସରସ୍ବତୀ ପ୍ରଧାନ ରକ୍ତଦାନ କରିଥିଲେ । ଏହି ଶିବିର ରେ ମୋଟ ୫୫ୟୁନିଟ ରକ୍ତ ସଂଗୃହିତ ହୋଇ ଭୀମସାର ବୁର୍ଲ୍ଲା ରକ୍ତଭଣ୍ଡାର କୁ ଦିଆଯାଇଥିଲା । ଭୀମସାର ବୁର୍ଲ୍ଲା ରକ୍ତଭଣ୍ଡାରର ଟେକନିସିଆନ ମାନଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା । ମା ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ବୃନ୍ଦ ଓ ଗମ୍ଭାରୀପାଲି ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ କରି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୦/୨୦୨୨----୪,୪୦  Sakhigopal News,25/4/2022

Blog Archive

Popular Posts