Breaking News

ସଂକ୍ରିଡା କ୍ଲଷ୍ଟର ସ୍ତରୀୟ "ସୁରଭି" କାର୍ଯକ୍ରମ ଅନୁଷ୍ଠିତ

 

ବରଗଡ଼--  ବରଗଡ ଜିଲ୍ଲା ଭେଡେନ ବ୍ଲକ  ସଂକ୍ରିଡା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂକ୍ରିଡା କ୍ଲଷ୍ଟର ସ୍ତରୀୟ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବ କୁ ଭେଡେନ ଜିଲ୍ଲା ପରିଷଦ ଜୋନ ଦୁଇର ସଭ୍ୟ ସତ୍ୟଜିତ ପୁରୋହିତ ଯ ଉଦଘାଟନ କରିଥିଲେ ।ଏଥିରେ ସଂକ୍ରିଡା କ୍ଲଷ୍ଟର ର ଛାତ୍ରଛାତ୍ରୀ  ମାନଙ୍କୁ ନେଇ  ଚିତ୍ରାଙ୍କନ, କୁଇଜ୍, ତର୍କ, ପ୍ରବନ୍ଧ ଲିଖନ, ନୃତ୍ୟ, ଗୀତ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। ପୁରସ୍କାର ବିତରଣ ଉତ୍ସବ ସଭାରେ  ସଂକ୍ରିଡା ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଭୋଇ ଅଧ୍ୟକ୍ଷତାରେ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।  ସମ୍ମାନୀତ ଅତିଥି ସଂକ୍ରିଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସେଠ, ସମିତି ସଭ୍ୟ ଚାଷୀଗିରି ନଈ, ଝରାପାଲି ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ, ସିଆରସିସି ବିଶ୍ବଜିତ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ, ଶିକ୍ଷକ ସନ୍ତୋଷ ପ୍ରଧାନ, ଲକ୍ଷ୍ମୀଧର ମିଶ୍ର, ସନ୍ତୋଷ ପଶାୟତ, ରବି ଭୋଇ,ପ୍ରଦ୍ୟୁତ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୦/୨୦୨୨---୬,୨୦ Sakhigopal News 22/10/2022

Blog Archive

Popular Posts