Breaking News

କାର ସହ ଦେଶୀ ଓ ବିଦେଶୀ ମଦ ଜବତ; ଦୁଇ ଯୁବକ ଗିରଫ


 ସାକ୍ଷୀଗୋପାଳ ---- ସତ୍ୟବାଦୀ ପୋଲିସ ଗୁରୁବାର ଦିନ ପ୍ରାଟୋଲିଂ କରିବା ସମୟରେ ଏକ କାର ଯୋଗେ ଦେଶୀ ଓ ବିଦେଶୀ ମଦ ଯାଉଥିବା ସୁଚନା ପାଇଥିଲା ।  ୩୧୬ନଂ ଜାତୀୟ ରାଜପଥରସତ୍ୟବାଦୀ ବ୍ଳକ ଛକ ନିକଟରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଟୋଲିଂ କରୁଥିବା ଉପ ଆରକ୍ଷୀ ନିରିକ୍ଷକ ବସନ୍ତ ଜେନା ସଦଳବଳେ ଗାଡିକୁ ଅଟକାଇ ଚେକ୍‌ କରିଥିଲେ । ଉକ୍ତ କାର ମଧ୍ୟରୁ ୧୨ ପେଟି ଦେଶୀ ମଦ ଓ ୩ ପେଟି ବିଭିନ୍ନ କମ୍ପାନୀର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି । କାରନଂ ଓଆର- ୦୨- ଏପି- ୫୫୩୬ ବୋଲି ଜଣାପଡିଛି । କାରରେ ଥିବା ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ଉଆସସାହିର ଚନ୍ଦ୍ରଶେଖର ମହାପାତ୍ରଙ୍କ ପୁଅ ଲବ ମହାପାତ୍ର ( ୨୫) ଓ ସେହି ଗ୍ରାମର ପ୍ରଶାନ୍ତ କୁମାର ସାବତଙ୍କ ପୁତ୍ର ପ୍ରମୋଦ କୁମାର ସାବତ (୨୮) ବୋଲି ଜଣାପଡିଛି । ଯୁବକ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts