Breaking News

ସାକ୍ଷୀଗୋପାଳ ବଜାର ବିଶୋଧନ ପାଇଁ ଦାବି


 ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକ ମହାମାରୀ କରୋନା ପାଇଁ ବେଶ ହିଷ୍ଟଲିଷ୍ଟରେ ରହିଛି । ଏଠାରେ ବହୁ ସଂଖ୍ୟାରେ କରୋନା ପଜିଟିଭ ସକ୍ରିୟ ରହିଛନ୍ତି । ପ୍ରତିଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଡିବାରେ ଲାଗିଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ  ଦୁଇ କିଲୋମିଟର ଦେକାନ ବଜାରରେ ଶହ ଶହ ଲୋକଙ୍କର ଚଳ ପ୍ରଚଳ ହେଉଛି । ସାକ୍ଷୀଗୋପାଳ ବଜାର ଉପରେ ଥିବା ୪ଟି ବ୍ୟାଙ୍କ, ପୋଷ୍ଟ ଅଫିସର କର୍ମଚାରୀ ମାନଙ୍କୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନେ କାର୍ଯ୍ୟାଳୟ ବିଶୋଧ ନକରିବା ପାଇଁ ବନ୍ଦ କରି ଦେଇଛନ୍ତି । ସାକ୍ଷୀଗୋପାଳ ବଜାରକୁ ଗ୍ରାମ ମାନଙ୍କରୁ ପ୍ରତିଦିନ କରୋନା ପଜିଟିଭ ମାନେ ବଜାର ଆସୁଥିବା ଜଣାପଡିଛି । ଏହାକୁ ନଜର କରି ତୁରନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ବଜାର ବିଶୋଧନ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts