ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରାଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦୃଷ୍ଟିହୀନ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ
ପୁରୀ--ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଅସହାୟ ବୃଦ୍ଧ ,ବୃଦ୍ଧା ଏବଂ ଦୃଷ୍ଟିହୀନ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ଫଳ ଓ ପନିପରିବା ଇତ୍ୟାଦି ବଣ୍ଟନ କରାଯାଇଛି। ପୁରୀ ବଳଗଣ୍ଡି ଅଞ୍ଚଳର ଚିତ୍ତରଞ୍ଜନ ସାହୁଙ୍କ ୨୪ ବର୍ଷୀୟ ପୁତ୍ର ସ୍ବର୍ଗତ ସ୍ମୃତିରଞ୍ଜନ ଏକ ସଡ଼କ ଦୁର୍ଘଟଣାରେ ଆର ପାରିକୁ ଚାଲି ଯାଇଥିଲେ। ଆଜି ସ୍ବର୍ଗତ ସ୍ମୃତିରଞ୍ଜନ୍ ଙ୍କ ଜନ୍ମତିଥି ଅବସରରେ ତାଙ୍କ ସ୍ମୃତିରେ ଏହି ସେବା କାର୍ଯ୍ୟ ସମ୍ପାଦନ ହୋଇଥିଲା।
ପୁରୀ ମଙ୍ଗଳାଘାଟ ସ୍ଥିତ ସଂକଳ୍ପ ବୃଦ୍ଧା ଶ୍ରମ ଏବଂ ଚନ୍ଦନପୁର ଅନ୍ତର୍ଗତ ଗଙ୍ଗା ନାରାୟଣପୁର ସ୍ଥିତ ଏକ ଅନ୍ଧ ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ଏବଂ ଫଳମୂଳ ଓ ପନିପରିବା ବଣ୍ଟନ କରାଯାଇଛି। ସ୍ବର୍ଗତ ସ୍ମୃତିଙ୍କ ବାପା,ମା, ମାମୁଁ ମାଇଁ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ସମର୍ପଣ ଟ୍ରଷ୍ଟ ର ସଦସ୍ୟ ବ୍ରଜକିଶୋର ସାହୁ, ସତ୍ୟନାରାୟଣ ସାହୁ ଏବଂ ସମାଜସେବୀ ଅଜୟ ପ୍ରଧାନ।
ପୁରୀ ରୁ ଧୀରେନ୍ଦ୍ର ସେନାପତି