ଚାଇଁପୁର ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଶ୍ରଦ୍ଧାଞ୍ଜଳି ସଭା
ଡେଲାଙ୍ଗ ---- ଡେଲାଙ୍ଗ-ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ଅକାଳ ବିୟୋଗରେ ଡେଲାଙ୍ଗ ଅଞ୍ଚଳ ସମ୍ପର୍ଣ୍ଣ ସ୍ତବ୍ଧ ହୋଇଯାଇଛି । ସେ ପିପିଲି ଅପେକ୍ଷା ଡେଲାଙ୍ଗ ଜନସାଧାରଣଙ୍କୁ ୍ର ଅଧିକ ଭଲ ପାଉଥିଲେ । ବିଶେଷ କରି ତାଙ୍କ ମନରେ ଦଳୀୟ ବିବାଦ ନଥିଲା ବୋଲି ଡେଲାଙ୍ଗ ବ୍ଳକର ଚାଇଁପୁର ସରପଞ୍ଚ ପ୍ରଦୁମ୍ନ ପରିଡା କହିଥିଲେ । ଏହି ଅବସରରେ ପଞ୍ଚାୟର ରାଜୀବ ଗାନ୍ଧୀ ଭବନ ପରିସରରେ ଆଜି ସଂଧ୍ୟାରେ ଏକ ମହମବତୀ ଜାଳି ଶ୍ରୀ ମହାରଥିଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ଅଙ୍ଗନୱାଡି କର୍ମୀ, ୱାର୍ଡ ସଦସ୍ୟ ମାନେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି