ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ଭୂମିପୂଜା
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଖରାଦିନରେ ପାନୀୟ ଜଳ ପାଇଁ ଦୁଇରୁ ତିନି କିଲୋମିଟର ଯିବାକୁ ପଡିଥାଏ ଗ୍ରାମବାସୀଙ୍କୁ । ଗ୍ରାମରେ ଥିବା ନଳକୂପ ,ପୋଖରୀ , କୂପ ମଧ୍ୟ ଶୁଖି ଯାଇଥାଏ । ଏଣୁ ଲୋକମାନେ ପାଖ ଗ୍ରାମରେ ଥିବା ନଳକୂପ ଉପରେ ଭରଷା କରିଥାନ୍ତି । ପୂର୍ବତନ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ବହୁ ଚେଷ୍ଟା କରିଥଲେ ମଧ୍ୟ ବିଫଳ ହୋଇଥିଲେ । ବାଧ୍ୟ ହୋଇ ପାଖ ପଞ୍ଚାୟତରୁ ପାନୀୟ ଜଳ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ସେଥିରେ ବାଧା ଉପୁଜିଥିଲା । କିଛି ଲୋକମାନେ ପାଣି ସରିଯିବ କହି ପାନୀୟ ଜଳ ପ୍ରକଳ୍ପ ଉପରେ ରୋକ ଲଗାଇଥିଲେ । ସେହିଦିନ ଠାରୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯେ।।ଗଣ ସ୍ୱପ୍ନ ସ୍ୱପ୍ନରେ ରହିଯାଇଥିଲା । ଏବେ ବିଜେଡି ଦଳ ସଭାପତି ଶ୍ରୀ ରାଉତରାୟ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ନୂଆ ସମେଶ୍ୱରପୁର ଗ୍ରାମ ପଞ୍ଚାୟତର ପୁରୁଣା ସମେଶ୍ୱରପୁର ଗ୍ରାମ ର ମା ତାରେଣୀ ମନ୍ଦିର ନିକଟରେ ଏକ ସ୍ଥାନରେ ବୋରିଂ କରିବା ପାଇଁ ନିସ୍ପତି ଗ୍ରହଣ କରିଥିଲେ । ମାତ୍ର କିଛି ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିଥିଲେ । ମାତ୍ର ସମେଶ୍ୱରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଗ୍ରାମସଭା କରାଇ ପାନୀୟ ଜଳ ଯୋଗାଣ ପାଇଁ ନିସ୍ପତ୍ତି ଗ୍ରହଣ କରିଥିଲେ । ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତବାସୀ ଓ ପୁରୁଣାସମେଶ୍ୱରପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଉକ୍ତ ସ୍ଥାନରେ ନଡିଆ ବାଡେଇ, ଭୂମିପୂଜା କରବା ସହ ି ସେଠାରେ ବୋରିଂ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାହାକି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଦୀର୍ଘଦିନର ଥିବା ପାନୀୟ ଜଳ ସମସ୍ୟା ବହୁ ଶିଘ୍ର ଦୂର ହେବ ବୋଲି କହିବା ସହ ପୁରୁଣା ସମେଶ୍ୱରପୁର ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ସାଧୁବାଦ ଶ୍ରୀ ରାଉତରାୟ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି