ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଜଟଣୀ --ଯୁବ କଂଗ୍ରେସ ଅନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଉତ୍ତରପ୍ରଦେଶ ର ହାତରସ ଠାରେ ହୋଇଥିବା ଗଣ ବଳତ୍କାର ବିରୁଦ୍ଧରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାର କାଳନ୍ଦୀ ଚରଣ ନାୟକ ଓ ଦୀପ୍ତ ସୁନ୍ଦର ରାଉତରାୟ ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରାରେ ଜଟଣୀ ମୁନିସିପାଲଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ରାଜ୍ୟ ଛାତ୍ର କଂଗ୍ରେସ ନେତା ଆସୀର ନବଜ଼, ପୂର୍ବତନ କାଉନସିଲର ଲୁସେନ ରାୟ, ଅନନ୍ତ ବେହେରା, ନାଉସିର ଅଲ୍ଲୀ, ଜଟାଧାରୀ ପ୍ରଧାନ, ଆଲୋକ ମହାନ୍ତି, ନଗର ସଭାପତି ଅଶୋକ ମଙ୍ଗରାଜ, ସୁଲୁ ରଥ, ଲିଟୁ ଶତପଥି, ସୌମ୍ୟ ଶ୍ରୀଚନ୍ଦନ, ମାଧବ ପାଟଶାଣୀ, ବୃନ୍ଦାବନ ସାହୁ, ପ୍ରଦୀପ ପଳାଇ, ସୁଧାକର ସାହୁ, ଉମା ମହାପାତ୍ର, ବିଷ୍ଣୁ ଛୋଟରାୟ, ଛାନଘର ସରପଞ୍ଚ ସୁନୀଲ କୁମାର ରାଉତରାୟ, ସବୀର ଅଲ୍ଲୀ, ସଂକେତ ପାଟଶାଣୀ, ଗଟେଶ୍ବର ବେହେରା, ଦିଲୀପ ବରାଳ, ସୁମନ୍ତ ଚମ୍ପତି, ଜୟୀ କୃଷ୍ଣ ପଟନାୟକ, ପଭୁତା ପରବୀନ, ସ୍ୱଦେଶନା ମହାନ୍ତି, ଶରତ ଚନ୍ଦ୍ର ତ୍ରୀପାଠି ପ୍ରମୁଖ ଯୋଗଦେଇଥୁଲେ। କାର୍ଯ୍ୟକ୍ରମକୁ ବିଧାୟକ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ ପରିଚାଳନା କରିଥିଲେ ।
ଜଟଣୀରୁ --ରଙ୍ଗନାଥ ବେହେରା