Breaking News

ଜଟଣୀର ବିଭିନ୍ନ ସଂଘଠନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ



ଜଟଣୀ --ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ 151ତମ ଜନ୍ମ ଜୟନ୍ତୀ ଅବସରରେ ଜଟଣୀର ପ୍ରେସ କ୍ଲବ ଏବଂ ଅନ୍ୟାନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ଜଟଣୀ ପ୍ରେସ୍ କ୍ଲବ ପକ୍ଷରୁ ସଂଘର ଉପଦେଷ୍ଟା ତଥା କ୍ରୀଡ଼ାବିତ ହେମନ୍ତ କୁମାର ସୁନ୍ଦରାୟ ତତ୍ୱାବଧାନରେ ଜଟଣୀ ପ୍ରେସ କ୍ଲବ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ପଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହିଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।
ସ୍ଥାନୀୟ ସୀତାରାମ ଛକ, ଥାନାଛକ, ମହୁଲ ଗୁଡ଼ିଆ ଛକ ଏବଂ ହରିଭାଇନା ଛକ ରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।  ସେହିପରି ଜଟଣୀ ଗାନ୍ଧୀ ଓ ଶାସ୍ତ୍ରୀ କମିଟିର ସଭାପତି ବିଭୁତି ଭୂଷଣ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଥିଲା । ଜଟଣୀର ନଗର କଂଗ୍ରେସ ଏବଂ ସମ୍ଭାବନା ପରିବାର ପକ୍ଷରୁ ମଧ୍ୟ ଗାନ୍ଧୀ ପାର୍କ ଠାରେ ଏକ ସ୍ମୁର୍ତି ସଭା ଆୟୋଜିତ ହୋଇଥିଲା ।

ଜଟଣୀରୁ --ରଙ୍ଗନାଥ ବେହେରା 

Blog Archive

Popular Posts