Breaking News

ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡରେ ବନମହୋତ୍ସବ ପାଳିତ



  ଓଡ଼ଗାଁ/ କୁମାର ----- ୭୧ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡ଼ରେ  ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏ,ସି, ଏଫ ଅରବିନ୍ଦ ମହାନ୍ତି, ନୟାଗଡ଼ ଜିଲ୍ଲାକେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ ପାଇକରାୟ, ସହକାରୀ ଯନ୍ତ୍ରୀ ପଞ୍ଚାୟତ ସମିତି ଓଡ଼ଗାଁ ଶରତକୁମାର ମଲ୍ଲିକ, ଓଡ଼ଗାଁ ଜଙ୍ଗଲ ମହାସଂଘ ର ସଭାପତି ବସନ୍ତ କୁମାର ମହାନ୍ତି, ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଫରେଷ୍ଟର ଜ୍ୟୋତିରଞ୍ଜନ ମାନସିଂହ, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ମେହେର, ଏବଂ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ କରୋନା ଦୃଷ୍ଟିରୁ ସମସ୍ତେ ସାମାଜିକ ଦୂରତ୍ବ ବଜାୟ ରଖି ଚାରା ରୋପଣ କରାଯାଇଥିଲା । ଏଥିରେ ମହାଲିମ୍ବ,ପଣସ,ଆମ୍ବ,ଶିଶୁ,ଲିମ୍ବ ଏବଂ ଅଁଳା ମୋଟ ୫୦ଟି ଗଛ ରୋପଣ କରାଯାଇଛି। ଗ୍ରାମାଞ୍ଚଳ ଏବଂ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରି ବୃକ୍ଷ ରୋପଣ କରିବା ସହିତ ଗଛର ଯତ୍ନ ନେବା ପାଇଁ ସଭିଏଁ ଶପଥପାଠ କରିଥିଲେ।
ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts