Breaking News

ସାହିତ୍ୟାନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ

ବେଗୁନିଆ---- ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତି  ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଁଳା,ବଉଳ,ବେଲ,ରାଧା ଚୁଡା,କୃଷ୍ଣ ଚୁଡା ଓ ପେସ୍ତାବାଦାମ ଆଦି ବିଭିନ୍ନ ପ୍ରଜାତିର ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ପ୍ରଭାତୀ ଦାସ ଉପସ୍ଥିତ ସମସ୍ତ ସଦସ୍ୟ, ସଦସ୍ୟା ଓ ଅତିଥିମାନଙ୍କୁ  ସ୍ୱାଗତ ଜଣାଇବା ସହ  କୋଭିଡ-୧୯ ନୀତି ନିୟମ ଗୁଡିକ ପାଳନ ପୂର୍ବକ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ  ଅନୁରୋଧ କରିଥିଲେ । ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଏକ ପରିବେଶ ସଚେତନତା ଧର୍ମୀ ସଙ୍ଗୀତ ଗାନ କରିବା ପରେ ବେଗୁନିଆ ତହସିଲଦାର  ବିବେକାନନ୍ଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣର ଶୁଭାରମ୍ଭ କରିଥିଲେ ।  ଏଥିରେ ସାହିତ୍ୟାନୁଷ୍ଠାନର ଉପଦେଷ୍ଟା ତଥା ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର  ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ,ବେଗୁନିଆ ବନପାଳ ଅନିତ କୁମାର ପଟ୍ଟନାୟକ, ସଭାପତି ରାଜ କିଶୋର ପାଣିଗ୍ରାହୀ ,ସମ୍ପାଦକ ଦିବାକର ସାହୁ ,ଉପସଭାପତି ପତିତପାବନ ବଳବନ୍ତରାୟ,ମନୋଜ କୁମାର ମହାପାତ୍ର,ସାମ୍ବାଦିକ ବିବେକାନନ୍ଦ ମିଶ୍ର,ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ,ସଭ୍ୟ ଜଗଦୀଶ ଚନ୍ଦ୍ର ପାତ୍ର,ଓମ ପ୍ରକାଶ ବାହୁବଳେନ୍ଦ୍ରଙ୍କ ସମେତ ନାରୀ  ସମାଜ କଲ୍ୟାଣ ସଂଘର ସମ୍ପାଦିକା ଶ୍ରୀମତୀ ଜ୍ୟୋସ୍ନା ଦାସ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ  କରୋନା ସୁରକ୍ଷା ସାଧନ ମାସ୍କ ବଣ୍ଟନ କରାଯାଇଥିଲା ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Popular Posts