ମାରୁତୀ ସେନା ପକ୍ଷରୁ ଦଳିତ ପରିବାରଙ୍କୁ ଶୁଖଲା ଖାଦ୍ୟ ବଣ୍ଟନ
ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ଯଦି ବା ସରକାର ଲକ ଡାଉନ ଆଇନ କିଛି ମାତ୍ରାରେ କୋହଳ କରିଛନ୍ତି । ମାତ୍ର ଗରିବ, ଅସହାୟ , ଖଟିକିଆ ପରିବାର ଗୁଡିକ ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହାକୁ ଲକ୍ଷ୍ୟ କରି ମାରୁତୀ ସେନା ପକ୍ଷରୁ ପୁରୀ ଜିଲ୍ଲାର ସଭାପତି ପପୁ ଦଳ ବେହେରାଙ୍କ ନେତୃତ୍ୱରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଦଳିତ ପରିବାର ମାନଙ୍କୁ ଶୁଖଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସତ୍ୟବାଦୀ ବ୍ଳକ ମାରୁତୀ ସେନାର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ୱବଧାନରେ ରାଜୁ ନାୟକ, ଚନ୍ଦନ ସାହୁ, ଆଶୁତୋଷ ସାହୁ, ତୋଫାନ ବିଶ୍ୱାଳ, ରାଧାଶ୍ୟାମ ବିଶ୍ୱାଳ, ନିରୁ ବିଶ୍ୱାଳ, ବାହୁଡା ପ୍ରଧାନ, ମିଲନ ସାହୁ, ଶ୍ରୀଧର ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ଜେନା, ଅନିଲସ୍ୱାଇଁ, କାଳୁ ମହାପାତ୍ର, ଶ୍ରୀକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି