Breaking News

ଗବକୁଣ୍ଡ ହାଟରେ ସାମାଜିକ ଦୂରତା ରକ୍ଷା ହୋଇ ପାରିଲା ନାହିଁ

 ସାକ୍ଷୀଗୋପାଳ  ------ ସତ୍ୟବାଦୀ ବ୍ଳକ ସର୍ବପୁରାତନ ହାଟ ଭାବେ ଗବକୁଣ୍ଡ ହାଟ ବେଶ ପରିଚିତ । ମାତ୍ର କରୋନା ଯୋଗୁ ରାଜ୍ୟ ସରକାର ଲକ ଡାଉନ ଜାରି କରିଛନ୍ତି ।  ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ଲଗାଇବାକୁ ସରକାର କଡା କଡି ଆଇନ କରିଛନ୍ତି । ଗବକୁଣ୍ଡ ହାଟରେ ବ୍ୟବସାୟୀ, ଚାଷୀ ଓ ଖାଉଟି ସରକାରଙ୍କ ନିୟମକୁ କେହି ମାନି ନାହାନ୍ତି । ବ୍ଳକ ପ୍ରଶାସନ ଏହାକୁ ନଜର କରି ହାଟକୁ ସ୍ଥାନୀୟ ନଡିଆ ମାର୍କେଟକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ହାଟରେ ବାହାର ବେପାରୀ ମାନେ ମାକ୍ସ ଲଗାଇଥିବା ବେଳେ ସ୍ଥାନୀୟ ବେପାରୀ ମାନେ ମାସ୍କ ଲଗାଇନଥିବାର ଦେଖାଯାଇଥିଲା । ଏପରିକି ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣଙ୍କୁ ସମାଜିକ ଦୂରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ଲଗାଇବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବ୍ଳକ ପ୍ରଶାସନ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ କଥାକୁ କେହି ମାନିନ ଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts