Breaking News

ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆ ବାତ୍ୟା ଅମ୍ଫାନ ପାଇଁ ଅଧ ବାଟରେ ରହିଲେ.



 ବରଗଡ଼----ବାତ୍ୟା ଅମ୍ଫାନର ଭୟାବହ ସ୍ଥିତିକୁ ଲକ୍ଷ କରି ଓଡିଶା ଗେଟରେ ଏସ ଆର ସି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମହାରାଷ୍ଟ୍ରରୁ ଫେରନ୍ତା ପ୍ରବାସୀ ଓଡ଼ିଆ ମାନଙ୍କୁ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ରଖାଯାଇଛି ।  ଉପଜିଲ୍ଲାପାଳ ପ୍ରଭାସ ଡ଼ନସନା,ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ବିଡ଼ିଓ ପ୍ରଣବ ଚାନ୍ଦ,ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ,ଏନଏସି ଇଓ ତପସ୍ୱିନୀ ଗୁରୁଙ୍କ ଉପସ୍ଥିତି କ୍ରମେ ବରଗଡ଼ଜିଲ୍ଲା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଛି । ବାଲେଶ୍ଵର, ଜଗତସିଂହପୁର, ଭଦ୍ରକ,କେନ୍ଦ୍ରାପଡା ଅଞ୍ଚଳର ୪ଟି ବସ ଯୋଗେ ଫେରୁଥିଲେ । ମୋଟ ୧୯୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦ଜଣ ମହିଳା,୩ଜଣ ଶିଶୁ ରହିଛନ୍ତି ।  ଯାହା ଅମ୍ଫାନ ସ୍ଥିତିକୁ ଲକ୍ଷକରି କାଲି ଗୋଟିଏ ଦିନ ରହିଲା ପରେ ବାତ୍ୟାର ସ୍ଥିତିକୁ ଦେଖି ତାଙ୍କୁ ଛାଡି ଦିଆଯିବ ବୋଲି ଉପଜିଲ୍ଲାପାଳ ଡ଼ନସନା କହିଛନ୍ତି ।
ନବୀନ ଦାଶଙ୍କ ରିପୋର୍ଟ....

Blog Archive

Popular Posts