Breaking News

ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ଭୋକ ଉପବାସରେ କଟୁଛି ଦିନ


ବାଲିଗୁଡା --- କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି । କେହିବି ଭୋକରେ ନ ରହିବା ପାଇଁ ସରକାର ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି । କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବାଲିଗୁଡା ଏନ ଏ ସି ର ୬ ନମ୍ବରରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନଥିବାରୁ ରାସନ ପାଇବାରେ ବଞ୍ଚିତ । ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଲକଡାଉନ ରେ ଦୋକାନ ବନ୍ଦ ହୋଇଜିବା ପରେ ଦୁଇସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଛି । ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ ଏନ ଏ ସି ଅଧିକାରୀ ଓ ଉପଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଫଳଶୁନ ।  ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହୁଛନ୍ତି ।  ବର୍ତ୍ତମାନ ନୁଆସାହି ର ଶାନ୍ତସୁନ୍ଦର ପଣ୍ଡାଙ୍କ ଭଡ଼ାଘରେ ରହୁଛନ୍ତି ତାଙ୍କର ନିଜସ୍ଵ  ଘର ବି ନାହିଁ । ଲକ ଡ଼ାଉନର ଅଵଧି ପରିବାର ପାଇଁ ଚିନ୍ତାର କାରଣ ସାଜିଛି । ଲକ ଡ଼ାଉନ ସମୟରେ ରେ ଏନ ଏ ସି ଅଧିକାରୀ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ  ଅବଗତ କରିଛନ୍ତି ଏନେଇ  ଯୋଗାଣ ଅଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ପଚାରିବାରୁ ତିନିବଖରା ପକ୍କାଘରେ  ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ  କାଟିଦିଆଯାଇଛି । ସରକାରୀ ଅଧିକାରୀଙ୍କ ଭୁଲ ତଦନ୍ତ ହୋଇଥିବାରୁ ଜଣେ  ପ୍ରକୃତ ହିତାଧିକାରୀ ରାସନପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଉପଖଣ୍ଡ ପ୍ରଶାସନ ପୁନଃ ତଦନ୍ତକରି  ରାସନକାର୍ଡ ଯୋଗାଇ ଦେବାକୁ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ଦାବୀ କରିଛନ୍ତି । 
ଫୁଲବାଣୀ ରୁ ବି ଡି ନାୟକ

Blog Archive

Popular Posts