Breaking News

ବାତ୍ୟା ଅମ୍ପାନ ପାଇଁ ପ୍ରସ୍ତୁତି ପ୍ରଶାସନ


ପୁରୀ - ସାମ୍ଭାବ୍ୟ ବାତ୍ୟା ଅମ୍ପାନକୁ ସଫଳତାର ସହ ମୁକାବିଲା କରିବା ପାଇଁ  ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା , ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ,ଏସ ପି ଉମାଶଙ୍କର ଦାଶ ପ୍ରମୁଖ ଅସ୍ତରଙ୍ଗ ବ୍ଲକ ସହନ , କେଉଟଜଙ୍ଗା ଭଳି ଉପକୂଳବର୍ତ୍ତୀ ଗାଁ କୁ ପରିଦର୍ଶନରେ ଯାଇ ବାତ୍ୟା ଅମ୍ପନ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ବିଶେଷକରି ସମୁଦ୍ର କୁଳିଆ ଗାଁ ଗୁଡିକର ସାଧାରଣ ଲୋକ ମାନଙ୍କୁ ସ୍ଥାନାନ୍ତରଣ ପାଇଁ ଅସ୍ତରଙ୍ଗ ଉପକୂଳ ଅଂଚରେ ୧୩ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ଆଜି ଜିଲ୍ଲାପାଳ ଓ ମନ୍ତ୍ରୀ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ଓ ବିଡ଼ିଓ ସହ ଆଲୋଚନା କରିବା ସହ ଏହି ଉପକୂଳ ଅଂଞ୍ଚଳର ସହନ ଓ କେଉଟଜଙ୍ଗା ଆଦି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ଦେଖିବା କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts