ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେମଣ୍ଡା ଠାରେ ୭୮ତମ ସ୍ବାଧୀନତା ଦିବସ ପାଳିତ
ବରଗଡ଼ --- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେମଣ୍ଡା ଠାରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ଯୋଗେଶ୍ୱର ସାହୁ ଓ ବିଦ୍ୟାଳୟ ର ସଭାପତି ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଦ୍ମଲୋଚନ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରୀ ଖୁସି ଦୀପ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମ୍ପାଦକ କିଶୋର କୁମାର ପାଇକ ଧନ୍ୟବାଦ ଦେଇଥିଲେ। ପରେ ପରେ ଜାତୀୟ ସଙ୍ଗୀତ ଗାନ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୮/୨୦୨୪ ୮,୪୫ Sakhigopal News,15/8/2024