Breaking News

କୁକୁଡ଼ା ଫାର୍ମ ରୁ ମହିଳାଙ୍କ ମୃତଦେହ ଉଧାର ; ଜଣେ ଗିରଫ, ବିଦ୍ୟୁତ୍ ତାର ଜବତ



ଭଞ୍ଜନଗର - ଗତ ୧୦ ତାରିଖ  ସନ୍ଧ୍ୟାରେ ଭଞ୍ଜନଗର ଥାନା ଗୋଲାପଡା ନିକଟ  ଶରଧାପୁର ଗାଁ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ପାଖରୁ  ଜଣେ ମହିଳାଙ୍କ ଶବ ଉଧାର ହୋଇଥିଲା । ଏହି ଘଟଣାରେ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରିଥିଲା ପୋଲିସ। ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହା ସହ କିଛି ବିଦ୍ୟୁତ୍ ତାର ମଧ୍ୟ ଜବତ କରି ଘଟଣାର ପଛର କାରଣ ଖୋଜୁଛି ପୋଲିସ । ଥାନାଧିକାରୀ କୁମର ମୁଦୁଲି ଦେଇଥିବା ସୂଚନା ପ୍ରକାରେ,
ମୃତ ମହିଳା ଜଣକ, ଗୋଲାପଡା ଗ୍ରାମର ନୀଳାଞ୍ଚଳ ସାମଲ ଙ୍କ ସ୍ତ୍ରୀ ମିନତୀ ସାମଲ । ମିନତୀ ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ । ଘଟଣା ଦିନ ବିଦ୍ୟାଳୟ  ମଧ୍ୟାହ୍ନ ଭୋଜନ ସମୟ ପରେ, ସେ ଘରକୁ ଫେରିନଥିଲେ । ସନ୍ଧ୍ୟା ରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଲେ, ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଶରଧାପୁର ଗାଁ ପୂର୍ବରୁ ଥିବା ଏକ କୁକୁଡ଼ା ଫାର୍ମ ବାହାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଛି । ସେତେବେଳକୁ ରାତି ପ୍ରାୟ ୯ ଟା ହୋଇ ସାରିଥିଲା । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି  ମେଡିକାଲ କୁ ଆଣିଥିଲା । ପରଦିନ ସକାଳେ ମୃତ ଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ମୃତକ ଙ୍କ ମା ଚନ୍ଦ୍ରମଣି ପ୍ରଧାନ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।  ଥାନା କେଶ୍ ନଂ ୭୧୨/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ପରେ ପରେ ପୋଲିସ ଜାଣିବାକୁ ପାଇଥିଲା କୁକୁଡ଼ା ଫାର୍ମ ଚାରିପଟେ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି, ମିନତୀ ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସନ୍ଦେହ କରି ପ୍ରଥମ, ସେହି କୁକୁଡ଼ା ଫାର୍ମ ରେ କାମ କରୁଥିବା ଶଙ୍କର ପ୍ରଧାନ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା  ପୋଲିସ । ତେବେ ପୋଲିସ ଆଗରେ ସବୁ ସତକଥା ମାନି ଯାଇଥିଲା ଶଙ୍କର । କୁକୁଡ଼ା ଫାର୍ମ କୁ ଆଖପାଖ ଜଙ୍ଗଲିଆ ସ୍ଥାନରୁ ଆସୁଥିବା ହିଂସ୍ର ଜନ୍ତୁଙ୍କ ଦାଉରୁ, କୁକୁଡା ମାନଙ୍କୁ ସୁରକ୍ଷା ଦେବା ପାଇଁ ଫାର୍ମ ଚାରିପଟେ ସଂପୃକ୍ତ ମାଲିକ ବିଦ୍ୟୁତ୍ ତାର ବିଛାଇଥିଲେ । ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମିନତୀ ଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କାମ କରୁଥିବା ଶଙ୍କର, କୁକୁଡ଼ା ଫାର୍ମ ମାଲିକ ଙ୍କୁ ଏବିଷୟରେ ଜଣାଇଥିଲା । ମାଲିକର କଥା ପ୍ରକାରେ ଫାର୍ମ ଚାରିପଟରୁ ବିଦ୍ୟୁତ୍ ତାର ବାହାର କରି ନିକଟସ୍ଥ ଏକ ନାଳରେ ପକାଇ ଦେଇଥିଲେ । ସେହି ଆଧାରରେ ପୋଲିସ ତଦନ୍ତ କରି, କୁକୁଡ଼ା ଫାର୍ମରେ କାମ କରୁଥିବା ଶଙ୍କର ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା, ଥାନାଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି, ମୃତ ମହିଳାଙ୍କ ଗତ ୬ ବର୍ଷ ପୂର୍ବେ ବିବାହ ହୋଇଥିଲା । ତାଙ୍କର ଗୋଟିଏ କନ୍ୟା ସନ୍ତାନ ଟିଏ ଅଛି । ସ୍ବାମୀ ନୀଳାଞ୍ଚଳ କୌଣସି ଏକ ଦୁର୍ଘଟଣା କାରଣରୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ । ଘରେ କନ୍ୟା ସନ୍ତାନ ସହ ଉଭୟେ ସ୍ବାମୀ, ସ୍ତ୍ରୀ  ହିଁ ରହନ୍ତି । ରୋଜଗାର ଦାୟିତ୍ଵ, ମିନତୀ ଙ୍କ ଉପରେ । ସେଥିପାଇଁ ସେ, ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ । ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା । ଏବଂ ମିନତୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଥିବା ସ୍ବାମୀ ଏବଂ ଛୋଟ ଝିଅର ଭବିଷ୍ୟତ କ'ଣ ହେବ , ତାକୁ ନେଇ ଚିନ୍ତାରେ ରହିଛନ୍ତି ମୃତ ମହିଳାଙ୍କ ବାପଘର ଏବଂ ଶାଶୁଘର ଲୋକେ । ତେବେ ଘଟଣା ଦିନ, ମିନତୀ କେଉଁ ପରିସ୍ଥିତିରେ ସେଠାକୁ ଗଲେ ଏବଂ କୁକୁଡ଼ା ଫାର୍ମ ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କେମିତି ଆସିଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୮/୨୦୨୪---+୭,୫୫ Sakhigopal News,15/8/2024

Blog Archive

Popular Posts