Breaking News

ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା



 ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ପର୍ବ ପାଳନ ପାଇଁ ଭଣ୍ଡାର ମେକାପ ଠାକୁରଙ୍କ ଭଣ୍ଡାର ଘରୁ ସୁନାଚିତା କାଡିବା ପରେ ପୁଜାପଣ୍ଡାଙ୍କୁ ଠାକୁରଙ୍କ ମସ୍ତକରେ ଚିତାଲାଗି କରାଇବା ପାଇଁ ସୁନାଚିତା ପ୍ରଦାନ କରିଥିଲେ ।  ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କୁ ନୁତନ ବସ୍ତ୍ର ପରିଧାନ କରାଯିବା ସହ ତୁଳସୀ ଓ ଚନ୍ଦନ ଲାଗି କରାଯାଇଥିଲା ।  ଛତ୍ରୀ, ତ୍ରାସ, ଘଣ୍ଟ, କାହାଳୀ ବାଦ୍ୟରେ ଜାତଭୋଗ , ଆଳତୀ ଓ ଉପଚାର କରାଯାଇଥିଲା ।  ପରେ ପୁଜାପଣ୍ଡା ସେବକ ମାନେ ଠାକୁରଙ୍କୁ ସୁନା ଚିତାଲାଗି କରାଇଥିଲେ । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ଠାକୁରଙ୍କ ନୀତିକାନ୍ତି  କରାଯାଉଛି ବେଲିି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି  । ସେହିପରି ସତ୍ୟବାଦୀର ପୁରପଲ୍ଲୀରେ ଥିବା ମଠ, ମନ୍ଦିର ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକି ଉଠିଛି । ଓଡିଆ ମତ ଅନୁସାରେ ଶ୍ରାବଣ ମାସ ଅମାବାସ୍ୟାରେ ନଦୀ ନାଳ ମାନଙ୍କରେ ପାଣି ଆସିବା ସହିତ ଧାନ କ୍ଷେତ୍ରରେ  ପୋକ ଜୋକ ଓ ଗେଣ୍ଡା ରହିଥାନ୍ତି ସେମାନେ ଫସଲ ନଷ୍ଟ କରିଦେଇଥାନ୍ତି । ସେଥିଯୋଗୁ ଚାଷୀ ପରିବାର ମାନେ ଚିତଉ ପିଠା କରି ବିଲରେ ପୂଜା କରିବା ସହ ନଦୀ ରେ ପକାଇ ଗେଣ୍ଡା ମାନଙ୍କର ଶରଣ ନେଇଥାନ୍ତି ।  ଏଥିଯୋଗୁ ଗ୍ରାମ ମାନଙ୍କରେ ସମସ୍ତ ପରିବାରରେ ଚିତଉପିଠା କରାଯାଇ ପ୍ରଥମେ ଐଶନ୍ୟ ଓ ଘରର କୁଳ ଦେବତାଙ୍କୁ ଭୋଗ ଲାଗିବା ପରେ ପିଠା ଗେଣ୍ଡାକୁ ପ୍ରଦାନ କରାଯାଇଥାଏ ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୮/୨୦୨୪---୭,୪୦   Sakhigopal News, 4/8/2024

Blog Archive

Popular Posts