ସତ୍ୟବାଦୀ ବ୍ଳକ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସତ୍ୟବାଦୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିସା ରାୟଙ୍କ ତତ୍ୱବଧାନରେ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥିଙ୍କ ସହିତ କୃଷି, ଶିକ୍ଷା, ମହିଳା ଶିଶୁ ପ୍ରକଳ୍ପ , ମିଶନ ଶକ୍ତି, ଅଗ୍ନିବାହୀନିଙ୍କ ସହିତ ସାକ୍ଷୀଗୋପାଳ କଲେଜ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତଙ୍କ ହାତରେ ଜାତୀୟ ପତାକା ଧରି ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରିଥିଲେ । ସତ୍ୟବାଦୀ ବ୍ଳକରେ ସମସ୍ତଙ୍କ ଘର ଛାତ ବା ଘର ଆଗରେ ଯେପରି ଆମର ଜାତୀୟ ପତାକା ଉଡିବ ସେଥିପାଇଁ ବିଡିଓ ସମସ୍ତଙ୍କୁ ନିବଦେନ କରିଛନ୍ତି । ସେହିପରି ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତଙ୍କ ତତ୍ୱବଧାନରେ ଅନୁଷ୍ଠିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ ଙ୍କ ସହିତ ପଞ୍ଚାୟତର ମିଶନ ଶକ୍ତିର ମା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପାଳନ କରିବା ସହ ସମସ୍ତଙ୍କ ଘରେ ଯେପରି ଜାତୀୟ ପତାକା ପହଞ୍ଚିବ ଏବଂ ଉଡିବ ସେଥିପାଇଁ ସରପଞ୍ଚ ସମସ୍ତଙ୍କୁ ନିବେଦନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୮/୨୦୨୪---୭,୨୦ Sakhigopal News---13/8/2024