Breaking News

ସାକ୍ଷୀଗୋପାଳ କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ


ସାକ୍ଷୀଗୋପାଳ--- ଭାରତ ସରକାରଙ୍କ ଆହ୍ୱାନ କ୍ରମେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l   ମହାବିଦ୍ୟାଳୟର  ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ରଙ୍କ ସଭାପତିତ୍ବ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମନରେ ଦେଶ ପ୍ରତି ଭଲପାଇବା ତଥା ଦେଶ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ସଭାପତି ପ୍ରଫେସର ମିଶ୍ର ନିଜ ଅଭିଭାଷଣରେ କହିଥିଲେ ।   ଜାତୀୟ ସେବା ଯୋଜନାର ନୂତନ ଅଧିକାରୀ ଭାବେ ଅଧ୍ୟାପକ ପ୍ରକାଶ କୁମାର ସାହୁଙ୍କୁ ଏହି ସଭାରେ ସ୍ୱାଗତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଂଗୀତ ପାଠ କରାଯିବା ସହ ତ୍ରିରଙ୍ଗା ଶପଥ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ +୨  ଜାତୀୟ ସେବା ଯୋଜନାର ପୂର୍ବତନ ଅଧିକାରୀ ଅଧ୍ୟାପକ ରତ୍ନାକର ସାହୁ   ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀମନେ ଏହି ସଭାରେ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୮/୨୦୨୪----୭,୧୦ Sakhigopal News,13/8/2024

Blog Archive

Popular Posts