ମା ରୁଦ୍ରାୟାଣୀଙ୍କ ପ୍ରତିଷ୍ଠା ଉତ୍ସବ ସହିତ ହୋମଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ---- ପୁରୀ - ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଅବସ୍ଥିତ ମା ରୁଦ୍ରାୟଣୀଙ୍କ ପ୍ରତିଷ୍ଠା ଉତ୍ସବ ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କାଦୁଆ ଓ ତଳପାଟଣା ଗ୍ରାମ ଠାକୁରାଣୀ ଭାବେ ବେଶ ଜଣାଶୁଣା । ଉକ୍ତ ଠାକୁରାଣୀଙ୍କ ପୀଠ ପ୍ରତିଷ୍ଠା ହେବା ପରଠାରୁ ପ୍ରତିବର୍ଷ ଦୁଇ ଗ୍ରାମବାସିଙ୍କ ସହଯୋଗରେ ମାଙ୍କ ପୀଠରେ ହୋମଯଜ୍ଞର ଆୟୋଜନ କରାଯାଇ ଆସୁଛି । ଏ ବର୍ଷ ମଧ୍ୟ ପୀଠରେ ହୋମଯଜ୍ଞର ଆୟୋଜନ କରାଯାଇଛି । ପଣ୍ଡିତ ଦେବରାଜ ମିଶ୍ରଙ୍କ ସହିତ ପିନାକୀ ନନ୍ଦ ହୋମଯଜ୍ଞ କରିଥିବା ବେଳେ କର୍ତ୍ତା ଭାବେ ସୁନୀଲ କୁମାର ପଣ୍ଡା ଓ କର୍ତ୍ତୀ ଭାବେ ଶୁଭଦର୍ଶନୀ ତ୍ରିପାଠୀ ରହିଥିଲେ । ମନ୍ଦିରର ପୂଜକ ପ୍ରସନ୍ନ ମହାପାତ୍ର ସକାଳୁ ଠାକୁରାଣୀଙ୍କୁ ସୁବାଷିତ ଜଳରେ ମାଘସ୍ନାନ କରିବା ପରେ ନୂତନ ବସ୍ତ୍ର ପରିଧାନ କରିବା ପରେ ବିଭିନ୍ନ ଫୁଲ ଓ ଚନ୍ଦନ, କଳା, ସିନ୍ଦୁରରେ ସଜିତ କରିବା ପରେ ବାଳଭୋଗ କରାଯାଇଥିଲା । ପରେ ପରେ ମାଙ୍କ ନିକଟରେ ଖେଚୁଡି ଭୋଗ ହୋଇଥିଲା । ଅପରାହ୍ନରେ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବିତରଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୮/୨୦୨୪---୭,୨୦ Sakhigopal News, 13/8/2024