Breaking News

ଆଗଷ୍ଟ ୧୫ରୁ କୋଣାର୍କ ନାଟ୍ୟମଣ୍ଡପରେ ଝୁଲଣ ଉ୍‌ତ୍ସବ-୨୦୨୪



କୋଣାର୍କ-----ସ୍ୱର୍ଗତ ପଦ୍ମଶ୍ରୀ ଗୁରୁଗଙ୍ଗାଧର ପ୍ରଧାନଙ୍କ ଦ୍ୱାର ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପରେ  ଝୁଲଣ ଉତ୍ସବ-୨୦୨୪  ଅଗଷ୍ଟ ମାସ୧୫ ତାରିଖରୁ ଆରମ୍ଭ ହୋଇ ୧୯ତାରିଖ ଶେଷ ହେବ । ୫ଦିନ ବ୍ୟାପି ଏହି ଝୁଲଣ ଉତ୍ସବରେ ବିଭିନ୍ନ ପ୍ରକାରର ଶାସ୍ତ୍ରୀୟ ନୃତ୍ୟ ସଂଗୀତର ଆସର ଆୟୋଜିତ ହେବାର କାର୍ଯକ୍ରମ ରହିଥିବା ବେଳେ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲବ୍ଧପ୍ରତିଷ୍ଠିତ କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଝୁଲଣ ଉତ୍ସବର ପ୍ରଥମ ଦିବସ ତଥା ୧୫ତାରିଖର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଶୁଭଲକ୍ଷ୍ମୀ ନନ୍ଦଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ନିମାପଡାର ଗୌରୀଶଙ୍କ ଆଚାର୍ଯ୍ୟଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାତ୍ସୀୟ ସଂଗୀତ, ଚେନାଇର କଳାକ୍ଷେତ୍ର ଅନୁଷ୍ଠାନ ପକ୍ଷରୁ ଡ଼ଃ ଗୋପୁକିରଣ ସଦାଶିବନ ଓ ଶ୍ରୀମତୀ ଆଶିନ୍ କିରଣଙ୍କ ଦ୍ୱାରା ଭାରତନାଟ୍ୟମ ପରିବେଷଣ କରାଯିବ । ଦ୍ୱିତୀୟ ଦିବସ ୧୬ତାରିଖର କାର୍ଯ୍ୟକ୍ରମରେ କଟକର ଚିନ୍ମୟ କୁମର ଦାସଙ୍କ ଦ୍ୱାରା  ଓଡିଶୀ ନୃତ୍ୟ, ନୁଆଦିଲ୍ଲୀର ଡ଼ଃ ରେଖାରଜୁଙ୍କ ଦ୍ୱାରା ମୋହିନିଆଟମ, ଭୁବନେଶ୍ୱରର ସୌମ୍ୟକାନ୍ତ ମଲ୍ଲିକଙ୍କ ଦ୍ୱାର ମର୍ଦ୍ଦଳ ବାଦନ କରାଯିବ । ତୃତୀୟ ଦିବସ ୧୭ତାରିଖରେ ଭୁବନେଶ୍ୱରର ଭାଗ୍ୟଶ୍ରୀ ଦାସଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଭୁବନେଶ୍ୱରର  ସୌମ୍ୟ ଗହନଙ୍କ ଦ୍ୱାରା ଓଡିଶୀ ସଂଗୀତ, ପୁରୀର ନବପ୍ରଭା ଅନୁଷ୍ଠାନ ପକ୍ଷରୁ ରାଜଶ୍ରୀ ମହାପାତ୍ର, ତପଶ୍ୱନୀ ଦାସ ଓ ସୁନିତା ସାହୁଙ୍କ ପକ୍ଷରୁ  ମାହାରୀ ନୃତ୍ୟର ପରିବେଷଣ କରାଯିବା । ଚତୁର୍ଥ ଦିବସ ୧୮ ତାରିଖରେ ଭୁବନେଶ୍ୱରର ଜଗତଜିତ ଦାସଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ନିମାପଡାର ନୃତ୍ୟାଳୟ ଏକାଡ଼େମି ପକ୍ଷରୁ ସ୍ୱର୍ଣ୍ଣପ୍ରଭା ଖଟୋଇ ଓ କୃଷ୍ଣପ୍ରିୟା ବେହେରାଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ପୁନେର ମଧୁରା ଦେଶପାଣ୍ଡେଙ୍କ ଦ୍ୱାରା କଥକ ନୃତ୍ୟ, କୋଲକତାର ରାଜା ଦତ୍ତ ଓ ଚୈତ୍ୟ ଘୋଷଙ୍କ ଦ୍ୱାରା ଭାରତନାଟ୍ୟମ୍‌, କୋଣାର୍କ ମୁଳିସାହିର ସଂକୀର୍ତ୍ତନ ମଣ୍ଡଳି ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯିବ । ଉତ୍ସବର ଉଦ୍‌ଯାପନି ଦିବସ ୧୯ ତାରିଖରେ ଭୁବନେଶ୍ୱରର ଆକାଂକ୍ଷ୍ୟା ଦାସଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଭୁବନେଶ୍ୱରର ଅଭିସ୍ପା ବିଶ୍ୱାଳଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଚେନାଇର ଗାୟତ୍ରୀ ବୈଦ୍ୟନାଥଙ୍କ ଦ୍ୱାରା ଭାରତନାଟମ୍ୟ ନୃତ୍ୟ ଏବଂ ଅନ୍ତିମ ପର୍ଯ୍ୟୟରେ କୋଣାର୍କର ବରିଷ୍ଠ କଳାକାର ଗୁରୁ ବାସୁଦେବ ବିଶ୍ୱାଳ ଓ ସାଥିଙ୍କ ପକ୍ଷରୁ ପାରମ୍ପାରିକ ବୈଠକି ସଂଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନ ଆୟୋଜନ କରାଯାଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନିରେ କୋଣାର୍କ ନାଟ୍ୟ ମଣ୍ଡପର ଉପଦେଷ୍ଟା ଉମେଶଚନ୍ଦ୍ର ସ୍ୱାଇଁ, ସୁଲୋଚନା ପ୍ରଧାନ, ସମ୍ପାଦକ ଶିବାଷିଶ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ସଭାପତୀ ରମଣୀରଞ୍ଜନ ଜେନା ଉପସ୍ଥିତ ଥିଲେ । 

କୋଣାର୍କରୁ ଅଜିତ ମଲିକଙ୍କ ରିର୍ପୋଟ, ୧୩ା୮ା୨୦୨୪---୭,୧୫    Sakhigopal News----13/8/2024


Blog Archive

Popular Posts