୭୮ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି
କୋଣାର୍କ- ଅଗଷ୍ଟ ୧୫ ତାରିଖରେ କୋଣାର୍କ ଏନଏସି ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଚଳିତ ବର୍ଷ ପ୍ରଥମ କରି ଏନଏସିର କଲ୍ୟାଣ ମଣ୍ଡପ ସମ୍ମୁଖସ୍ଥ ପଡିଆରେ ଜାତୀୟ ପତାକା ଉଡିବା ସହ ପ୍ୟାରେଡ ଓ ଫ୍ୟାନସି ଡ୍ରେସ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏଥିପାଇଁ କଲ୍ୟାଣ ମଣ୍ଡପ ସମ୍ମୁଖସ୍ଥ ପଡିଆକୁ ପ୍ରସ୍ତୁତ କରାଯିବା ସହ କୋଣାର୍କକୁ ସ୍ୱଛ ବା ଆବର୍ଜନା ମୁକ୍ତ କରାଯାଇଥିବା ବେଳେ ତ୍ରିରଙ୍ଗା ଆଲୋକରେ ସୁସଜିତ କରାଯାଇଛି । କୋଣାର୍କ ଏନଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ନିର୍ବାହୀ ଅଧିକାରୀ ସ୍ୱତପଦ୍ମା ଧଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଚାଲୁରହିଛି । କୋଣାର୍କ ଏନଏସି ଅନ୍ତର୍ଗତ ସବୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନର ଅବ୍ୟବେହିତ ପୂର୍ବରୁ ତର୍କ, ପ୍ରବନ୍ଧ, ଚିତ୍ରଙ୍କନ ଓ ସଂଗୀତ ପ୍ରତିଯୋଗୀତା କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଗୃପ୍ କରାଯାଇ କୃତି ପ୍ରତିଯୋଗୀ ଚୟନ କରାଯାଇଛି । ଏନଏସି ଅନ୍ତର୍ଗତ ସବୁ ସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ପାଳନର ଅବ୍ୟବେହିତ ପୂର୍ବରୁ ଏନଏସିର କଲ୍ୟାଣ ମଣ୍ଡପରେ ଏକତ୍ରୀତ ହୋଇ ଅଭ୍ୟାସମୂଳକ ପ୍ୟାରେଡରେ ସାମିଲ ହେବେ ବୋଲି ଜଣାପଡିଛି । ଏହି ଅଭ୍ୟାସମୂଳକ ପ୍ୟାରେଡରେ ସାମିଲ ହୋଇଥିବା ୩୨ଟି ଗୃପ୍ ପାଇଁ ପୃଥକ ପୃଥକ ଭାବେ ସ୍ଥାନ ନିରୁପଣ କରାଯାଇଛି । ପର୍ଯ୍ୟାୟ କ୍ରମେ ଏହି ଅଭ୍ୟାସମୂଳକ ପ୍ୟାରେଡରେ ଛାତ୍ରଛାତ୍ରୀମାନେ ଚିତାକର୍ଶକ ପ୍ୟାରେଡ ପ୍ରଦର୍ଶନ କରିବେ । ସ୍ୱାଧୀନତା ଦିବସର ପ୍ରତ୍ୟୁଷରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଶ୍ରମ ସ୍କୁଲ ଓ ଶୋଭନୀୟ ଶିକ୍ଷାଶ୍ରମର ବିଦ୍ୟାର୍ଥୀମାନେ ପ୍ରଭାତଫେରୀ ଓ ରାମଧୂନ୍ ଗାନ କରିବା ସହ କୋଣାର୍କ ବଜାର ପରିକ୍ରମା କରିବେ । ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏନଏସି ପଡ଼ିଆରେ ସମବେତ ହେବାପରେ ସକାଳ ୮ଟାରେ ପତାକା ଉତ୍ୱଳନ ହେବ । ପ୍ୟାରେଡ ପ୍ରଦର୍ଶନ ଓ ପୂର୍ବରୁ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇ ଉତ୍ସାହିତ କରାଯିବ । ପୂର୍ବପରି ଚଳିତ ବର୍ଷ ମଧ୍ୟ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଣାର୍କ ଅଂଚଳର ଜଣେ ବରିଷ୍ଟ ନାଗରିକଙ୍କୁ ସମ୍ମାନୀତ କରାଯିବ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୋଣାର୍କ ଅଂଚଳର ବିଦ୍ୟାର୍ଥୀଙ୍କୁ ଏନଏସି ପକ୍ଷରୁ ସିଲ୍, ମାନପତ୍ର ଓ ମେଧା ସମ୍ମାନ ପ୍ରଦାନ କରାଯିବ । ଅପରାହ୍ନରେ କୋଣାର୍କ ସ୍ପୋର୍ଟସ ଏକାଡେମୀ, ଜନମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ଏନଏସିର ମିଳିତ ସହଯୋଗରେ ଏନଏସି ପଡ଼ିଆଠାରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୁଚନା ଦିଆଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକଙ୍କ ର୍ରିପୋର୍ଟ, ୧୩/୮/୨୦୨୪---୭,୧୦ Sakhigopal News, 13/8/2024