ଅତାବିରା ବିଧାୟକଙ୍କୁ ସମ୍ବର୍ଦ୍ଧନା ସହିତ ବିଧାୟକ ଭର୍ତ୍ତି ଓ ଖେଳ ସାମଗ୍ରୀ ବାଣ୍ଟିଲେ
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ପରିସରରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଙ୍କୁ ଉପଢୈାକନ ଓ ଫୁଲତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚାୟତ ପରିସର କୁ ପାଛୋଟି ନେଇଥିଲେ ଦଳୀୟ କର୍ମୀଓ ଅଧିକରୀମାନେ। ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ସରକାରୀ ଯୋଜନାରେ ବାର୍ଧକ୍ୟ ଭତ୍ତା ୨୫ଜଣଙ୍କୁ ,ରେମଣ୍ଡା ମହାବିଦ୍ୟାଳୟ +୨,+୩ ଛାତ୍ର ମାନଙ୍କୁ ଖେଳ ସାମଗ୍ରୀ (କ୍ରିକେଟ) ଓ ଫୁଟବଲ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ. ଫୁଟବଲ ପ୍ରଦାନ କରିଥିଲେ । ଏଥିରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ ,ଏବିଡିଓ ପ୍ରିତେଶ ଦୋରା, ବି ଏସ ଏସ ଓ ଚକ୍ରପାଣି ଦାଶ ଓ ରେମଣ୍ଡା ପଞ୍ଚାୟତର ଇଓ ଅକ୍ଷୟ କୁମାର ସାହୁ ଉପସ୍ଥିତ ଥିଲେ। ଏହି ସଭା ରେ ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ବିଜେପି ନେତା ଶିବ ପ୍ରସାଦ ଖମାରୀ,ଯଶୋବନ୍ତ ସେଠ, ରଣଜିତ କୁମାର ଭୋଇ, ବଲରାମ ଦାଶ, ଗଣେଷ ଭୋଇ, ସରୋଜ ଖମାରୀ, ଜଗମୋହନ ସେଠ, ଜୀତେନ୍ଦ୍ର ପୋଢ ପ୍ରମୁଖ ଉପସ୍ଥିତ ଥିଲେ ଓ ରେମଣ୍ଡା ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ଓ ରେମଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ମହିଳା,ପୁରୁଷ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।
ସେହିପରି ଭାବରେ ଅରଯୁଂଡା ପଞ୍ଚାୟତ ପରିସରରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କୁ ଅଂଗବସ୍ତ୍ର ଓ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଅରଯୁଂଡା ପଞ୍ଚାୟତ ପରିସରକୁ ପାଛୋଟି ନେଇ ଥିଲେ। ଅରଯୁଂଡା ସରପଞ୍ଚ ଖଇରୀ ଦୀପଙ୍କ ସଭାପତିତ୍ବ ରେ ସଭା ହୋଇଥିଲା । ମୁଖ୍ୟ ଅତିଥି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ୧୦ଜଣଙ୍କୁ ବାର୍ଧକ୍ୟ ଭତ୍ତା, ଖେଳ ସାମଗ୍ରୀ କ୍ରିକେଟ ଓ ଫୁଟବଲ ଖେଳାଳି ମାନଙ୍କୁ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହି ସମୟରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ ,ଏବିଡିଓ ପ୍ରିତେଶ ଦୋରା, ଇଓ ଅକ୍ଷୟ କୁମାର ସାହୁ ଉପସ୍ଥିତ ଥିଲେ। ସଂକ୍ରିଡା ବିଜେପି ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ପୂର୍ବତନ ସରପଞ୍ଚ ଅକ୍ଷୟ ଦୀପ,ମନୋରଂଜନ ସମେତ ପଞ୍ଚାୟତ ର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ଏସ ଏସ ଜି ମହିଳା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୮/୨୦୨୪----୭,୨୫ Sakhigopal News,5/8/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୮/୨୦୨୪----୭,୨୫ Sakhigopal News,5/8/2024