Breaking News

ନବମ ପ୍ରଧାନ ଶିକ୍ଷକ ମାନଙ୍କର ବୈଠକ

ଡେଲାଙ୍ଗ -- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ 
ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ପରିସରରେ ପ୍ରଧାନଶିକ୍ଷକ ମାନଙ୍କ ବୈଠକ  ଅନୁଷ୍ଠିତ ହୋଇଯାଇଛି।  ବ୍ଲକ୍ ଶିକ୍ଷାଧିକାରୀ ବିନୋଦ ପ୍ରାମାଣିକ  ଆନୁଷ୍ଠାନିକ ଭାବେ ବୈଠକକୁ ଉଦଘାଟନ କରିଥିଲେ।  ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର  ବିଶ୍ବାଳ  , ସଞ୍ଜୟ କୁମାର ଦାଶ,ଉମେଶ କୁମାର ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ  ସ୍ଵାଗତ କରି ଅତିଥିମାନଙ୍କୁ ଫୁଲତୋଡ଼ା ଉପଢୌକନ ଓ ଫୁଲ ଚନ୍ଦନ ପ୍ରଦାନ କରିଥିଲେ। ପରେ  ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପ ଓ ଚନ୍ଦନ ପ୍ରଦାନ କରାଯାଇଥିଲା । ଏହାପରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟ  ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ଆଜିର ବୈଠକର ଅଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।  ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ  (କୌଶଳି) ସମ୍ପର୍କରେ , ଦେବାଶିଷ ପଣ୍ଡା (ଜିଜ୍ଞାସା) ସମ୍ପର୍କରେ, ଦୁର୍ଗା ପ୍ରସାଦ ରଥ (ସାହିତ୍ୟ) ଓ ସୂର୍ଯ୍ୟ ନାରାୟଣ ଜେନା (କ୍ରିଡାଙ୍ଗନା) ସମ୍ପର୍କରେ  ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉତ୍କର୍ଷ, ୟୁନିଫର୍ମ, ଡ୍ରପ ଆଉଟ୍, ନାସ ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସମସ୍ତ ସଦସ୍ଯ, ଆଲୁମିନି ସଭାପତି  ଉପସ୍ଥିତ ରହି  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ଶିକ୍ଷକମାନେ ୫ଟି ବିଜ୍ଞାନଗାର ଲାଇବ୍ରେରୀ, ସ୍ମାର୍ଟରୁମ ଗୃହ ଆଦି  ପର୍ଯ୍ୟବେକ୍ଷଣ କରିଥିଲେ। ପରିଶେଷରେ ବିଦ୍ୟାଲୟର ଶିକ୍ଷକ ରତ୍ନାକର ଚମ୍ପତି ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୪----୭,୪୫ Sakhigopal News,5/8/2024

Blog Archive

Popular Posts