ରେଡ୍ କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ଖରୁଡ଼ା ସମାଜ ପକ୍ଷରୁ ବୃକ୍ଷ ରୋପଣ ଓ ଖାଦ୍ୟ ବଣ୍ଟନ
ବାଲିଗୁଡ଼ା: ---ଏକ ବର୍ଷ ପୁର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିଖିଳ ଉତ୍କଳ ଖରୁଡ଼ା ସମାଜ ପକ୍ଷରୁ ବାଲିଗୁଡ଼ା ରେଡ୍ କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି । ଏଥିସହିତ ଦୃଷ୍ଟିହୀନ ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । ଆଜିର ସମାଜରେ ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ଏହା ଏକ ଛୋଟ ପ୍ରୟାସ । ଏଥିସହିତ ଆମ ସମାଜକୁ ଲୋକଲୋଚନକୁ ଆଣିବା ପାଇଁ ଆମେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛୁ । ଆଗକୁ ମଧ୍ୟ ଏଭଳି ସମାଜ ସେବା କାର୍ଯ୍ୟକ୍ରମ ଯାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସରକାର ଆମ ଜାତି ଓ ସମାଜ ପ୍ରତି ଦୃଷ୍ଟିଦେଇ ପ୍ରୋତ୍ସାହନ ଦେଲେ ଆମେ ଆଗକୁ ବଢିପାରିବୁ ବୋଲି କହିଛନ୍ତି ନିଖିଳ ଉତ୍କଳ ଖରୁଡ଼ା ସମାଜର ବାଲିଗୁଡ଼ା ଶାଖା ସଂପାଦକ ସନ୍ତୋଷ କୁମାର ସୁବୁଦ୍ଧି । ସେପଟେ ନିଖିଳ ଉତ୍କଳ ଖରୁଡ଼ା ସମାଜର ଏହି ପ୍ରୟାସ ପ୍ରଶଂସନୀୟ । ଆଜି ଆମ ଦୃଷ୍ଟି ବାଧିତ ବିଦ୍ୟାଳୟ ପରିସରରେ ସମାଜ ପକ୍ଷରୁ ବିଭିନ୍ନ ଫଳ ଓ ଔଷଧୀୟ ବୃକ୍ଷରୋପଣ କରାଯାଇଛି ଏଥିସହିତ ଆଜି ଦିନର ରନ୍ଧା ଖାଦ୍ୟ ମଧ୍ୟ ଅନ୍ତେବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏଣୁ ଅନୁଷ୍ଠାନ ପକ୍ଷରୁ ଆମେ ସେମାନଙ୍କୁ ସାଧୁବାଦ ଜଣାଉଛୁ ବୋଲି କହିଛନ୍ତି ଅନୁଷ୍ଠାନର ସଦସ୍ୟ ମାନେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୫/୮/୨୦୨୪----୭,୨୦ Sakhigopal News,5/8/2024