ପ୍ରେସ୍ କ୍ଲବର ଅବିଭକ୍ତ ପରାମର୍ଶ ଦାତା ରୂପେ ଯୋଗ ଦେଲେ ବିଜୟ କୁମାର ମହାପାତ୍ର
ଜଟଣୀ --ଜଟଣୀ ପ୍ରେସ୍ କ୍ଲବରେ ବିଧିବଦ୍ଧ ଭାବେ ସମସ୍ତ ସାମ୍ବାଦିକଙ୍କ ସର୍ବସମ୍ମତି କ୍ରମେ ଅବିଭକ୍ତ ପରାମର୍ଶ ଦାତା ଭାବେ ଯୋଗ ଦେଲେ ଜଟଣୀର ଆଇନଜୀବୀ ବିଜୟ କୁମାର ମହାପାତ୍ର l ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ସଭାପତି ରଙ୍ଗନାଥ ବେହେରା, ସମ୍ପାଦକ ସୁରେଶ କୁମାର ମହାରଣା ଏବଂ କ୍ଲବର ସମସ୍ତ ସାମ୍ବାଦିକଙ୍କ ଉପସ୍ଥିତିରେ ଉପଦେଷ୍ଟାଙ୍କୁ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ମହାପାତ୍ର ଙ୍କୁ କ୍ଲବର ଜଣେ ପରାମର୍ଶ ଦାତା ସଦସ୍ୟ ରୂପେ ଗ୍ରହଣ କରାଗଲା l ସୂଚନା ମୁତାବକ ବିଜୟ କୁମାର ମହାପାତ୍ର ଜଣେ ବିଜ୍ଞ ଆଇନଜୀବୀ l ସେ ଛାତ୍ର ଜୀବନରେ ଛାତ୍ର ନେତା ରୂପେ ପରିଚିତ l ଜଟଣୀ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଥିଲେ l ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ମାଷ୍ଟର ଡିଗ୍ରୀ ସହ ଭୁବନେଶ୍ୱର ରାଜଧାନୀ ଆଇନ କଲେଜରେ ସ୍ନାତକ ଲାଭ କରିଛନ୍ତି l ଜଟଣୀ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ଥିଲେ l ବର୍ତ୍ତମାନ ସେ ଅସାଧାରଣ ବ୍ୟକ୍ତିତ୍ୱ ରୂପେ ଜଟଣୀ କୋର୍ଟ ଏବଂ ଭୁବନେଶ୍ୱର କୋର୍ଟରେ ଆଇନ ଜିବୀ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି l ଏଭଳି ବ୍ୟକ୍ତିତ୍ୱକୁ କ୍ଳବର ସଦସ୍ୟ ମାନେ ଆନନ୍ଦରେ ଗ୍ରହଣ କରିଛନ୍ତି l ଏହି ସଭାକୁ କ୍ଲବର ସମ୍ପାଦକ ସୁରେଶ କୁମାର ମହାରଣା ସଭାପତିତ୍ୱ କରିଥିଲେ l ଶେଷରେ କ୍ଲବର ସାମ୍ବାଦିକ ଧିରେନ ପ୍ରତିହାରୀ ଧନ୍ୟବାଦ ଦେଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୮/୨୦୨୪----୧୦,୨୫ Sakhigopal News,5/8/2024