କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଆଇନୀ ସଚେତନତା ଶିବିର
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠାପଡ଼। ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମିତ୍ କୁମାର ବାରିକ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାରେ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଆଇନୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଯୋଜନା ଗୁଡିକ ସମସ୍ତ ଜନସାଧାରଣ ସୁଫଳ କିପରି ପାଇବେ ସଚିବ ଅମିତ୍ କୁମାର ବାରିକ ବୁଝାଇଥିଲେ। ସରପଞ୍ଚ ପେଣ୍ଠାପଡା ଚିନ୍ମୟ କୁମାର ରାଉତ, ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳ ଏହି କାର୍ଯ ରେ ଯୋଗ ଦେଇଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାରଙ୍ଗଧର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଯୋଗ୍ୟ ହେବାକୁ ଥିବା ହିତାଧିକାରୀ କିଏସେ ସେ ବିଷୟ ରେ କହିଥିଲେ। ସତ୍ୟବାଦୀ ବ୍ଲକ ପରିସରରେ ଗ୍ରାମୀଣ ଆଇନି ସହାୟତା କେନ୍ଦ୍ର ପ୍ରତ୍ୟେକ ବୁଧବାର ଦିନ ଖୋଲା ଯାଇ ଲୋକମାନଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରାଯାଉଛି। ଏହାର ସୁଫଳ ସମସ୍ତ ବର୍ଗର ବ୍ୟକ୍ତି ନେଇପାରିବେ । ଯେଉଁ ମାନଙ୍କର ବାର୍ଷିକ ଆୟ ୩୦୦୦୦୦ଟଙ୍କାହେଉଥିବ ବୋଲି କହିଥିଲେ । ଏହି ପ୍ରୋଗ୍ରାମ ରେ ଆଇନି ସ୍ମୃତିଶ୍ରୀ ମୋନାଲିସା ପ୍ରଧାନ, ଫୁଲ ପ୍ରଧାନ, ପ୍ରିୟମ୍ବଦା ମିଶ୍ର ଯୋଗଦେଇଥିଲେ। ଧରିତ୍ରୀ ପ୍ରଧାନ ଓ DLSA ର ବଡ଼ବାବୁ ଅଜୟ ତ୍କୁମାର ସାହୁ,ଶକ୍ତିରଞ୍ଜନ ରାଉତ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୧୦/୮/୨୦୨୪----୯,୩୫ Sakhigopal News,10/8/2024