ବି ଡି ପୁର ଗ୍ରାମ ପଞ୍ଚାୟତ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର-- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମପଞ୍ଚାୟତ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗ୍ରାମପଞ୍ଚାୟତ ଭବନ ଠାରୁ ତ୍ରିରଙ୍ଗା ପତାକା ଧରି ବିରାଟ ଶୋଭାଯାତ୍ରା ରେ ମୁଖ୍ୟ ସଡ଼କ ଓ ଉଗ୍ରତାର ମନ୍ଦିର ଦେଇ ଶାସନ ସାହି ହୋଇ ପୁଣି ଗ୍ରାମପଞ୍ଚାୟତ ଭବନ ଠାରେ ଶେଷେ ହୋଇଥିଲା ।ଆଜିର ଏହି ଶୋଭାଯାତ୍ରା ରେ ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ଓ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ଶିକ୍ଷକ,ଶିକ୍ଷୟତ୍ରୀ ସମେତ ସି.ଆର୍. ପି,ଏମ୍.ବି.କେ କର୍ମୀ ,ମିଶନ ଶକ୍ତି ମହିଳା ମାନେ, ବହୁ ଗୁରୁଜନ,ବୁଦ୍ଧିଜିବି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ନାରଙ୍ଗୀ ରଙ୍ଗ ସାହସ ଓ ବୀରତ୍ବର ପ୍ରତିକ ସେହି ପରି ଧଳା ରଙ୍ଗ ସତ୍ୟ,ଶାନ୍ତିର ଓ ପବିତ୍ରତା,ପ୍ରତୀକ ଏବଂ ସବୁଜ ରଙ୍ଗ ହେଲ ସମୃଦ୍ଧି, ଶ୍ରମ, ବିଶ୍ୱାସ ର ପ୍ରତୀକ ଓ ନୀଳ ରଙ୍ଗ ହେଲା ନ୍ୟାୟ, ଧର୍ମ, ପ୍ରଗତି ପ୍ରତୀକ ବହନ କରେ । ସାଧାରଣ ଲୋକଙ୍କ ଭିତରେ ଜାତୀୟତାବାଦ ଓ ଦେଶପ୍ରେମ ଜାଗ୍ରତ କରିବା ଉଦେଶ୍ୟ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସଫଳ ଭାବେ ଅନୁଷ୍ଠିତ ହୋଇଥିବାରୁ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ବିଶିଷ୍ଟ ଶିକ୍ଷାବିତୀ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୪---୭,୫୫ Sakhigopal News,13/8/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୪---୭,୫୫ Sakhigopal News,13/8/2024